STORYMIRROR

Prafulla Das

Classics

3  

Prafulla Das

Classics

ସମୟକୁ ଭୁଲି

ସମୟକୁ ଭୁଲି

1 min
144


 ଆଜି କାହିଁ ମନ ଡାକେ ସଖା

 ବୁଲି ବାବୁ ଏକା ଏକା

 ଏ ଖିଆଲି ଖରା ଵେଳେ , ବେଫିକର

 ରିକ୍ସାରେ ବସି, ହୁଡ଼ ଖୋଲା କରି

 ମଧ୍ୟାହ୍ନର ମହୁଆ ନିଦ ପଛ କରି

ସହରର ମଝି ଦାଣ୍ଡରୁ ରାସ୍ତା ପାର କରି

ଯେଉଁଠି ମହୁଲି ନିଶାରେ ,ଶୂନ୍ୟଟାକୁ ଶୋଧୁ ଥାଏ

 ଚାରି କାତ ମେଲି

 ସେଇ ପ୍ରବାସୀଟି ପରି ,

ଯାର ଅସନା ଲୁଙ୍ଗିଟାକୁ ,କୁକୁରଟେ ଦାନ୍ତରେ କାମୁଡି କାମୁଡି

ଦେଉଥାଏ  ଚିରି ।।


ତା ତିରିଲାର ବିବର୍ଣ୍ଣ ମୁଖ ମଣ୍ଡଳ

ପେଜୁଆ ଆଖିରେ ଯହିଁ  

ଢ଼ଳ ଢ଼ଳ ପ୍ରେମ ପଦ୍ମ ଫୁଲ ଫୁଟେ

ଫଟା ବ୍ଲାଉଜ ତଳୁ କାଙ୍କ ସିଝା ଛାତି ,

ଶୁଖିଲା ଅମୃତ ନଈରେ

ଭବିଷ୍ୟତଟିଏ ଶୋଷୁ ଥାଏ ଲହୁ

କୋଳାହଳ ପୋଡ଼ା ଶୁଖୁଆ ତେଣେ

ଝାମ୍ପୁ ଥାଏ କାଉ ।।


ଇଚ୍ଛା ହୁଏ ତାଙ୍କ ପରି, ଜଣେଟିଏ ହୋଇ

ପରବାଏ ନାହିଁ, ପଚାରୁଛି କିଏ ??

ମୋ  ପରିଚୟ !!

ରଂଗ ମଖା ଜୀବନଟା ,

ସବୁ ଯାଉ ଥୋଇ ।।

ଆଉ ବେଳେ ଇଛା ହୁଏ ,

ପିଇବାକୁ ଆଖୁରସ ବରଗଛ ମୂଳେ

କାମଳ ରୋଗଟା ମାତିଛି ସହରେ

ହଳଦିଆ ହଳଦିଆ କାହାକୁ ବି କେଉଁ ରଂଗ ଦିଶେ

ଆଇଁସିଆ ବାମ୍ପ ଉଠୁଥାଉ ନର୍ଦ୍ଦମାର ଜଳେ

ଲୁଗା ଟେକି କିଏ ଜଣେ ଵସିଥାଏ ଦୁଇ

କେନାଲ  ବନ୍ଧରେ ,

ଉଚ୍ଚାଟ ମନଟା ମୋର 

ଡିଆଁ ମାଙ୍କୁଡି ଖେଳେ ଏଇ ଖରାବେଳେ ।।


ଇଛା ହୁଏ ଦଉଡ଼ନ୍ତି ରିକ୍ସାରୁ ଓଲେହି

ମୋ ପେଣ୍ଟ ସାର୍ଟ ଵୁଟ ଟାଇକୁ ଫୋପାଡ଼ି

 ଲୁଙ୍ଗିଟିଏ ମାରି, କଛାକୁ ଭିଡ଼ି

ରାସ୍ତା କଡ଼ ପଙ୍କୁଆ ପୋଖରୀରେ

ଧରିବାକୁ କଉ ଗଡିଶା ତୋଡି ।।

 

ଆଜି କାହିଁ ମନ ଡାକେ ସଖା

ଅବେଳରେ ନୂଆଣିଆ ଚାଳ ତଳେ

ପାଣିଚିଆ ଚା , ସାଥେ ଗରମ ପକୁଡି

ବ୍ଲଡ଼ ପ୍ରେସର ସୁଗାର ଫୁଗାର

ମାର  ଗୁଲି

ସମୟକୁ ଭୁଲି

ଫେରୁ ଫେରୁ ସେତେବେଳେ

ମଥାରେ ଓଢ଼ଣୀ ଟାଣି

ଧିରେ ଧିରେ ଓଲାଉ ଥାଏ ଉପର ଓଳି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics