STORYMIRROR

Anjana Naik,Anju..Deogarh

Classics

3  

Anjana Naik,Anju..Deogarh

Classics

ପହିଲି ବର୍ଷା

ପହିଲି ବର୍ଷା

1 min
180

ଆଜି ମୋ ଆକାଶେ ମେଘ ଖେଳୁଅଛି 

ବରଷୁଛି ତା ପୀୟୁଷ  

ବହୁତ ଦିନର ତୃଷା ମେଣ୍ଟାଇବ

ସୁଖି ଯାଇଥିବା କ୍ଷେତ ।। 

ଅଖି ମୁଠି ଧରି ଚ଼ାଷି ଭାଇମାନେ 

ଚ଼ାହିଁଥିଲେ ମୂହୁର୍ତ୍ତକୁ 

ଆସିଛି ଆଜି ସେ ବରଷା ଧରାକୁ 

ଚ଼ାଷ କାମ କରିବାକୁ ।।

ଘଡ଼ ଘଡ଼ି ମାରେ ଚ଼ାରି ଦିଗରୁ ଲୋ

ବହଇ କ୍ଷିପ୍ର ପବନ

ଘରୁ ବାହାରକୁ ବାହାରି ପାରେନି

ବିଜୁଳିର ଘନ ଘନ ।।

ପହିଲି ବରଷା ବର୍ଷେ ତୁହା ତୁହା 

ଭିଜିଯାଏ ତନୁମନ

ଜଳ ପାନକରି ଶିଖି ନାଚୁଅଛି  

ମନ ହୁଏ ବିମୋହନ ।।

ମାଟିର ବାସନା ବାଷ୍ପ ହୋଇ ଉଠେ  

ସତେକି ମହୁଲୀ ନିଶା 

ଖୁସିରେ କଲେଇ ହୁଙ୍କାରୁ ବାହାରି  

ଉଡ଼ିବୁଲେ ନେଇ ଆଶା ।।

ରୌଦ୍ରତାପରେ ଏ ଧରିତ୍ରୀ ଜଳୁଛି 

କମିବ ଗ୍ରୀଷ୍ମ ପ୍ରକୋପ 

ଜୀବ ଜନ୍ତୁ ବୃକ୍ଷ ବଞ୍ଚି ଉଠିବେ  

ପାଇବେ ଆତ୍ମ ସନ୍ତୋଷ ।।

ପ୍ରଥମ ବର୍ଷାର ସ୍ପର୍ଶ ପାଇ ଆଜି  

ହସୁଛି ମୋ ମାଟି ମାଆ 

ବର୍ଷାର ଟୋପାରେ ଆଦ୍ର ପରିବେଶ 

ବହୁଛି ଶୀତଳ ବାଆ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics