STORYMIRROR

Bijay Prusty

Classics

3  

Bijay Prusty

Classics

ଦୃଶ୍ୟାନ୍ତର

ଦୃଶ୍ୟାନ୍ତର

1 min
292


ଆଶାର ଆଲୋକେ ଆଲୋକିତ ଧରା

ଯନ୍ତ୍ରଣାରେ ସିକ୍ତ ମନ

କଣ୍ଟଦେଇ ଚାଲି ଯାଇଛି ବରଷା

ଆକାଶେ ହସୁଛି ଜହ୍ନ


ସୁନା ପଞ୍ଜୁରେ ରୂପାର ଚଢେଇ

କାହିଁକି ହୋଇଛି ବନ୍ଦୀ

ଆକାଶ ଗାଉଛି ପ୍ରୀତିର ସଙ୍ଗୀତ

ତାରା ନାଚେ ପାଦଛନ୍ଦି


ବେଦନା ବିଧୁରା କୁମୁଦିନୀ ଦୁଃଖ

କେମିତି ବୁଝିଲ କିଏ

ଦୂର ଆକାଶରୁ ଜୋଛନା ହାତରେ

ଚନ୍ଦ୍ରମା ବାରତା ଦିଏ


ଗୋଲାପର ଦୁଃଖ ବୁଝେନି ଭ୍ରମର

ଫୁଲରୁ ଫୁଲକୁ ଉଡେ

ମନ ନଈକୂଳେ ଅଥର୍ବ ନାଉରୀ

ଦୀର୍ଘଶ୍ୱାସ ଟିଏ ଛାଡେ

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics