STORYMIRROR

Hasyamayee Raj

Classics

3  

Hasyamayee Raj

Classics

ପୂଣ୍ୟତୋୟା

ପୂଣ୍ୟତୋୟା

1 min
421

ନାରୀ ନୁହେଁ ପଣ୍ଯ ପୂଣ୍ୟ ଜୀବନରେ ଜାୟା ଜନନୀ ଭଗିନୀ

ସୁରକ୍ଷା ତାହାର ଦାୟିତ୍ବ ଆମର

ଅଟେ ସିଏ ସୁହାସିନୀ


ସମାଜର ଆଜି ଅବକ୍ଷୟ ଦେଖି 

କୋହକୁ ରଖେ ସେ ଚାପି

କହିପାରେନା ସେ ସହିବି ପାରେନା

ଧର୍ମକୁ ହାତ ଟେକି


କାହାକୁ କରିବା ଦାୟୀ ଏଥିପାଇଁ

ସମସ୍ତେ ତ ଶୁଣ୍ଢିସାକ୍ଷୀ

ନିଜେ ତ ନିଜକୁ ସଚେତନ ହେଲେ

ଏହାକୁ ପାରିବା ରୋକି


ନାରୀର ବେଦନା ବୁଝିଲାଣି କିଏ

ଏନ୍ତୁଡ଼ି ମଶାଣି ଯାଏ

ଜୀବନଟା ତାର ତିଳ ତିଳ ଜାଳେ

ଦୁଃଖ ଚାପି ହୃଦୟେ


ନାରୀକୁ ସମ୍ମାନ ନଦେଲେ ଏଜାତି

ଉନ୍ନତି ତାର ନାହିଁ

ମା'କୁ ସମ୍ମାନ ମାଟିକୁ ସମ୍ମାନ

ଏକଥା ହେଜିବା ଭାଇ


କଳଙ୍କ ନୁହେଁ ସେ କାଳିମା ବି ନୁହେଁ

ଏ ଜାତିର ଧାତ୍ରୀ ସିଏ

ପୂଣ୍ୟତୋୟା ସେ ରକ୍ଷାକାରିଣୀ

ପ୍ରେମର ପାଖୁଡା ଟିଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics