Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Inspirational

3  

Chittaranjan Nanda

Abstract Classics Inspirational

ପରିବେଶକୁ ଆମେ ସଜାଡିବା

ପରିବେଶକୁ ଆମେ ସଜାଡିବା

1 min
180



ଗ୍ରହ ଏକ ଏହି ସୌର ମଣ୍ଡଳର  

ନାମଟି ଅଟେ ପୃଥିବୀ ତାହାର ।


ଜଡ଼ରୁ ଜୀବ ଜଗତର ଭିଆଣ 

ସାଜିଛି ଆମର ସାହା ଆଜୀବନ ।


ଗଛଲତା ସଞ୍ଚାରି ପ୍ରାଣୀଙ୍କୁ ପାଳେ

ପୃଥ୍ଵୀକୁ ମଣିଷ ଜନ୍ମଦାତ୍ରୀ ବୋଲେ ।


ପାଣି, ପବନ, ଫଳ ଫୁଲ ଯୋଗାଏ

ଉଡିଗଲେ ପ୍ରାଣ କୋଳେ ସ୍ଥାନ ଦିଏ ।


ଆମେ କରୁ କର୍ଷଣ ଖନନ କର୍ତ୍ତନ ହନନ 

ସବୁ ସହି ଅକୁଣ୍ଠିତ ଚିତ୍ତେ ବଞ୍ଚାଏ ଜୀବନ ।


ଜାତି ଜାତି ଜୀବରେ ସବୁଜିମା ଭରେ 

ସେ ସୌନ୍ଦର୍ଯ୍ୟରେ ମନ କଟେ ହସରେ ।


ଥିବା ସବୁଜିମା ସବୁ କରିଅଛେ ଶେଷ 

ଦେଖୁଛେ ଏବେ ଖାଲି ଧ୍ବଂସ ଅବଶେଷ ।


ସାମ୍ପ୍ରତିକ ସମୟେ ଆସ ଉଦ୍ୟମ କରିବା 

ପ୍ରୟାସ କରି ପରିବେଶକୁ ଆମେ ସଜାଡିବା


Rate this content
Log in

Similar oriya poem from Abstract