STORYMIRROR

Jayashree Maharana

Classics

3  

Jayashree Maharana

Classics

ଶ୍ରବଣ କୁମାର

ଶ୍ରବଣ କୁମାର

1 min
118

ଧନ୍ୟ ହେ କୁମର ଶ୍ରବଣ କୁମାର

ଧନ୍ୟ ତୁମ ପିତୃ ମାତୃ ଭକ୍ତିକୁ 

ପିତୃ ମାତୃ ସେବା ଜୀବନେ ଆଦରି

ଉତ୍ସର୍ଗ କରିଛ ସ୍ୱଜୀବନକୁ ।


ଅନ୍ଧ ପିତାମାତା ନୟନର ତାରା

ଚଲାପଥେ ସାଜିଥିଲ ଲଉଡି

ଦୁହିଁଙ୍କ ସେବାରେ ନିର୍ମଳ ହୃଦୟେ

ମନପ୍ରାଣ ଦେଇଥିଲ ଅଜାଡି ।


ପିତାମାତାଙ୍କର ଇଚ୍ଛା ପୂର୍ଣ୍ଣ ପାଇଁ

କାନ୍ଧେ ଭାର କରି ଆନନ୍ଦ ମନେ

ତୀର୍ଥ ଭ୍ରମଣରେ ସମୟ କାଟିଲ 

ଅନ୍ତରରୁ ଶ୍ରଦ୍ଧା ଢାଳି ଚରଣେ ।


ତାଙ୍କରି ଆନନ୍ଦ ଜୀବନର ବ୍ରତ

ନିଜ ଖୁସି ବଳି ଦେଲ ସଂସାରେ

ସାଧାରଣ ନର ହେବ କି ସମର୍ଥ

ମହାନ ପୁରୁଷ ଜନ୍ମ ଧରାରେ ।


ରାଜା ଦଶରଥ ଶରବିଦ୍ଧ କଲେ

ଭୋଗିଲ ମରଣ ଏଇ ସଂସାରେ

ମରଣ କାଳରେ ପିତାମାତା ଚିନ୍ତା

ତୃଷ୍ଣା କଷ୍ଟ ଦୁଃଖ ତୁମ୍ଭ ଅନ୍ତରେ ।


ଅନନ୍ୟ ତୁମର ପିତୃମାତୃ ଭକ୍ତି

ଯୁଗ ଯୁଗ ପାଇଁ ରହିଛି ଗାଥା

ନୀତି ଆଦର୍ଶରେ ପ୍ରେରଣା ସାଜିଛି

ମହାନତା ପାଇଁ ନୂଆଁନ୍ତି ମଥା ।



Rate this content
Log in

Similar oriya poem from Classics