STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

ତୁମ ଅପେକ୍ଷାରେ

ତୁମ ଅପେକ୍ଷାରେ

1 min
136


ମାଟି ମା ଅନେଇ ଅନେଇ

ତା ଆଖି ଥକି ଗଲାଣି

ଡ଼ହ ଡହ ଖରା କି ଅସହନୀୟ

ସାରା ଦେହଟା ଶିଝି ଗଲାଣି

ଘଞ୍ଚ ଘାସ ଫୁଲ ଖସି ଖସି

ଦେହରେ ମିଶି ଗଲାଣି ।

ଦେହ ହାତ ଗର ଗର ଫାଟି ଫାଟି

ଆଁ ମେଲା କଲାଣି।

ତଥାପି ଧର୍ଯ୍ୟ ହରା ନ ହୋଇ

ଚାତକ ସଦୃଶ

ଅନାଇ ରହିଛି ତୁମ ଆସିବା ବାଟକୁ

ଆସିବ ଆସିବ ବୋଲି

ଟିକେ ସୂଚାଇ ଦେଲ

ଘଡଘଡି, ଚଡଚଡ଼ି, ବିଜୁଳି ଆଲୁଅର ରୋଷଣୀ ମାଧ୍ୟମରେ...

ବେଙ୍ଗ ବେଙ୍ଗୁଲି ରଡ଼ି କରି

ପେଁ କାଳି ବଜାଇ ନାଚୁଛନ୍ତି

ଖାସ ତୁମେ ଆସିବ ବୋଲି

ହେଲେ ତୁମେ ଏ ପର୍ଯ୍ୟନ୍ତ ଆସୁନ

ଆସନା ଥରେ

ତୁମରି ପହିଲି ପରଶରେ ଭିଜା

ମୋ ଦେହର ବାସ୍ନା ତୁମକୁ ବିଭୋର କରିବ

ମୋ ଠାରେ ଥିବା ଖାଲ ଖମା ଭରି ଦେଇ

ମୋତେ ଅଙ୍କୁରଣ କରିବ

କଥା ମାନି ଆସନା ଥରେ

ସବୁଜ ରଙ୍ଗର ଉତ୍ତରଣ ପିନ୍ଧି

ତୁମକୁ ଚାହିଁ ମୁଁ ଖିଲି ଖିଲି ହସୁଥିବି

ମେଘ ଗୋ ତୁମେ!

ତୁମ ଅପେକ୍ଷାରେ ମୁଁ ମାଟି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics