ତିନୋଟି ଏକପଦୀ
ତିନୋଟି ଏକପଦୀ


ଅତୀତ: ସମୟ ଯାହାର ବ୍ୟାପ୍ତି,
କେବଳ ବିସ୍ତୃତିରୁ ବିସ୍ମୃତି;
ପରିଣାମ-ଲାଭାଂଶ ବା କ୍ଷତି
ବର୍ତ୍ତମାନରେ ସହମତି |
ବର୍ତ୍ତମାନ: ସମୟ ଯାହାର ମାନ,
ଏବେ ଯାଏଁ ମୂଲ୍ୟାୟନ;
ଏକ ଅବସ୍ଥାର ସନ୍ଧିକ୍ଷଣ,
ଅତୀତର ସମୀକ୍ଷାୟନ ଓ
ଭବିଷ୍ୟତର ଆବାହନ |
ଭବିଷ୍ୟତ: ସମୟ ଯାହାର ପଥ,
ପ୍ରାୟତଃ କପୋଳକଳ୍ପିତ;
ଅର୍ଦ୍ଧ ମିଥ୍ୟା, ଅର୍ଦ୍ଧ ସତ୍ୟ,
ବର୍ତ୍ତମାନର ଉଦବୃତ୍ତ |