STORYMIRROR

Sagar Kumar Parida

Classics

3  

Sagar Kumar Parida

Classics

ହେ ପ୍ରଭୁ ଶ୍ରୀଗଣେଶ

ହେ ପ୍ରଭୁ ଶ୍ରୀଗଣେଶ

1 min
25

ଆହେ ପ୍ରଭୁ ଗଣନାଥ     ଧରାଧର ସୁତାସୁତ

       ଅଗ୍ରପୂଜ୍ୟ ଅମର ବନ୍ଦନ

ବିଦ୍ୟାଦାତା,ଲମ୍ବୋଦର      ଏକଦନ୍ତ ଗଣେଶ୍ୱର

      ଭଗବାନ ଶଙ୍କର ନନ୍ଦନ।।


ଧ୍ଵମ୍ରକେତୁ, ଗଜାନନ     ବୁଦ୍ଧି କଳାଦି ବିଜ୍ଞାନ

      ଦେବତା ଭାବରେ ବିଶ୍ଵେଖ୍ୟାତ

ପୂଜିଛି ଯେ ତଵ ପଦ     ଘୁଞ୍ଚିଛି ତା ପରମାଦ

      ସକଳ କାର୍ଯ୍ୟ ତା ହୁଏ ସିଦ୍ଧି ।।


ହେ ପ୍ରଭୁ ପରଶୁ ଧାରୀ    ସର୍ପକୁ ପଇତା କରି

       ମୂଷିକକୁ କରିଛ ବାହାନ

ପୂତ ଭାଦ୍ରବ ମାସରେ    ଚତୁର୍ଥୀ ଶୁକ୍ଳ ପକ୍ଷରେ

       ସର୍ବତ ତୁମରି ଜୟଗାନ ।।


ଆହେ ପ୍ରଭୁ ଶୂର୍ପକର୍ଣ୍ଣ     ଭାଲଚନ୍ଦ୍ର,ଧୂମ୍ରବର୍ଣ୍ଣ

      ହର ଦୁଃଖୀ ଦୁଃଖ କଷ୍ଟ ଶୋକ

ହେ ବିକଟ,ବିନାୟକ     କୃଷ୍ଣପିଙ୍ଗାକ୍ଷ ସୁମୂଖ

      ଆଦିଦେଵ ନାମେ ତୁମେ ଖ୍ୟାତ।।


ଭୀଷଣ ଜଞ୍ଜାଳ ଯାତ୍ରା    ପାରିକର ବିଘ୍ନହର୍ତ୍ତା

      ସ୍ମରେ ନିତ୍ୟ ତୁମ୍ଭ ନାମ ଧ୍ୟାୟୀ

ମୋକ୍ଷ ପାପ୍ତି ଦିଅ ଦାସ   ବକ୍ରତୁଣ୍ଡ ହେ ଗଣେଶ

      ରହିଛି ମୁଁ ତୁମ୍ଭ କୃପାଚାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics