STORYMIRROR

Trushna Das

Classics Inspirational

3  

Trushna Das

Classics Inspirational

ମାଟିର ଦେହ ମୋର

ମାଟିର ଦେହ ମୋର

1 min
57

ମାଟିର ଦେହ ମୋର

ମିଶି ଯାଉ ଏ ମାଟିରେ 

କେବଳ ଏତିକି ଆଶା ମୋର 

ଲେଖିବାକୁ ନୂଆ ଗାଥା ଏ ମାଟିରେ


ମାଟିର ଦେହ ମୋର

ବଢିଛି ଏ ମାଟିରେ 

ଯେଉଁଥିରେ ବୀର ପୁରୁଷମାନେ

କରିବାକୁ ସ୍ୱାଧୀନ ବୁହାଇଛନ୍ତି ରକତ ଏ ମାଟିରେ। 


ମାଟିର ଦେହ ମୋର

ଜନମ ହୋଇଛୁ ଏ ମାଟିରେ 

ହେଲେ ଭୁଲି ଯାଇଛୁ ଏ ମାଟିକୁ

ଆପଣାଇଛୁ ଯେ ପର ଦେଶ ମାଟିକୁ।


ମାଟିର ଦେହ ମୋର

ବଡ ହୋଇଛି ଏ ମାଟିରେ 

ମାଟି ମାଆ ଆଜି ପ୍ରଶ୍ନ ପଚାରୁଛନ୍ତି 

କଣ କରି ପାରିବୁ ମୋ ପାଇଁ ରେ ????


ମାଟିର ଦେହ ମୋର

ଦେବାକୁ ଯାଇ ପ୍ରଶ୍ନୋତ୍ତର ମାଟି ମାଆର

ମୋ ମୁହଁରୁ ବାହାରିଛି ପାଖେ ରହି ତୁମର କରିବି ଯଶ ଗାନ 

ରଖିବି ତୁମ ମାନ

ଲେଖିବି ନୂତନ ଗାଥା

ମାଟିର ଦେହ ମୋର

ମିଶି ଯାଉ ଏ ମାଟିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics