Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita sarangi

Classics Others

3  

sasmita sarangi

Classics Others

ଆଜିର ନାରୀ***********

ଆଜିର ନାରୀ***********

1 min
139



ବିଶ୍ବ ଦରବାରେ ଭାରତୀୟ ନାରୀ

  ରଖିଛନ୍ତି ଦେଶ ଟେକ ,

ନାରୀ ନାରାୟଣୀ ପୂଜା ପାଏ ଏଠି

 ନାରୀ ଗଢେ ସଇନିକ ।


ଗୃହେ ରହି ନାରୀ ଗଢୁଥିଲା ଯୋଦ୍ଧା

 ମୁଣ୍ଡ ଝାଳ ତୁଣ୍ଡେ ଦେଇ ,

ପୁରୁଷର ଇହକାଳ ପରକାଳ ସାଥୀ

 ସଂସାର ନିୟମ ସେଇ ।

 

କେବେ ଥିଲା ନାରୀ ଅବଗୁଣ୍ଠନରେ 

ଲଜ୍ଜାବତୀ କୁଳବଧୂ ,

ସଂସ୍କୃତି ସଂସ୍କାର ଗୃହ ପରମ୍ପରା

 ବଚନରେ ଥିଲା ମଧୁ ।


ଶତାବ୍ଦୀ ସହିତ ଯୁଗ ବଦଳିଲା 

 ବଦଳିଲା ଚାଲିଚଳନ ,

କାରିଗରୀ ଶିକ୍ଷା ଜ୍ଞାନ ବିଜ୍ଞାନ ରେ

ନାରୀ ହୋଇଲା ସମାନ ।


ପୁରୁଷ ସହିତ ପାଦ ମିଳାଇ ଚାଲିଲା

ମହାକାଶେ ଦେଲା ପାଦ ,

ହିମାଳୟେ ଯାଇ ଉଡାଇଛି ଧ୍ଵଜା

  ରଖିଛି ସ୍ବାଧୀନ ମତ ।


 ଶିକ୍ଷା ସଂସ୍କାର ନାରୀ ସ୍ବାଧିନତା

  ସଶକ୍ତିକରଣ ପାଇଁ ,

ଘର ଛାଡ଼ି ଏକା ବାହାରେ ରହୁଛି

ଜୀବନ ଜୀବିକା ପାଇଁ ।


ଶାସନ କଳ ର ଲଗାମ ଧରିଛି 

  କୋଟି ଜନତାଙ୍କ ନେତ୍ରୀ

ମୁକ୍ତ ପକ୍ଷୀ ସମ ଆକାଶେ ଉଠିଛି

  ବିକାଶ ର ମହାଯନ୍ତ୍ରୀ ।


ଅପସଂସ୍କୃତି ର ବଶୀଭୂତ ଆଜି

 ନୂତନ ପିଢ଼ିର ନାରୀ ,

ସୁଶିକ୍ଷିତା ସୁଦକ୍ଷତା ଥାଇ ବି

 ସୁଗୃହିଣୀ ହୋଇ ନ ପାରି ।


ଆତ୍ମସମୀକ୍ଷା ର ବେଳ ପହଞ୍ଚିଛି 

 ବୁଦ୍ଧି ବିବେକ ଖଟାଇ ,

ଚାଲି ଚଳନ ରେ ଲଗାମ ରଖି କି

 ବିପଦ ହେବ ଏଡାଇ ।


Rate this content
Log in

Similar oriya poem from Classics