STORYMIRROR

Anirudha Kund

Classics

3  

Anirudha Kund

Classics

କଳା ଶ୍ରୀମୁଖ

କଳା ଶ୍ରୀମୁଖ

1 min
410


ମନୁଆ ମୋହନ ମନଚୋର ତୁହି

   ମନବୃନ୍ଦାବନେ ଥିବ

ଜାଣିଛି କାଳିଆ ତୁହିତ ଛଳିଆ

  ଛଳ ତୋହର ସ୍ବଭାବ ॥୧॥


ପାରୁ ନାହିଁ ରୋକି ପ୍ରେମ ଯମୁନାକୁ

   ତଥାପି ଲଗାଏ ଭାବ

ଦୋଷ ଧରି ମୋର କାଳିଆ ଠାକୁର

   ତୁମେ ରୋଷ ନକରିବ ॥୨॥

   

ଭବ ସାଗର ରେ ଭାସୁଅଛି ମୁହିଁ

   ପାଉନାହିଁ ତୁମ ନାବ

 ଚରଣ ତୁମର ବରଣ କରୁଛି 

  ଦେଖାଅ ନାବର ଠାବ ॥୩॥


କୃପାମୟ ହରି ବାହୁକୁ ପ୍ରସାରି

  କୋଳେଇ ମୋତେ ତ ନେବ

ଚାହିଁ ଥିବି ମୁହିଁ କଳା ଶ୍ରୀମୁଖକୁ

  ଗଲାବେଳେ ମୋର ଜୀବ ॥୪॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics