STORYMIRROR

Sunanda Mohanty

Classics Inspirational Others

3  

Sunanda Mohanty

Classics Inspirational Others

ଜୟ ଶହୀଦ କୋଟି ସଲାମ

ଜୟ ଶହୀଦ କୋଟି ସଲାମ

1 min
211


ଦେଶର ସୁରକ୍ଷା ପଥେ ଯେତେ ଗାଡ଼ 

ବୀର ଶହୀଦ ଦେଇଛ ତୁମ ମାଂସ ହାଡ଼ 

ଜୟ ଜବାନ ଜୟ ବୀର ଶହୀଦ ଭାଇ 

ରକ୍ତ ନିଗାଡ଼ି ମାଟି ମାଆ କୁ ଗଲ ବଞ୍ଚାଇ 


ତୁମକୁ ଜନ୍ମ ଦେଇ ଧନ୍ୟ ସେ ବୀରା ମାଆ 

ତୁମ ଆଶା ଆକାଂକ୍ଷା ଯାହା ବହୁଥାଏ ବାଆ 

କହେ ଉଠ ଉଠ ସମସ୍ତ ଉତ୍କଳର ସନ୍ତାନ 

ଦେଶର ଗୌରବ ପାଇଁକି ଦେବାକୁ ଜୀବନ 


ଆଉ ଦୁଇଘଡି ବଞ୍ଚିଯିବା ପାଇଁ ଥିଲାସାହସ 

 ଦେଶମାତୃକା ପାଇଁ ଦେଲ ଜୀବନଅବଶ୍ୟ 

ଭୁଲିସଂସାର ପରିବାର ହେଲ ଶହୀଦବୀର 

ଅମର ହୋଇଲ ଡେଇଁ ତିନି ଲକ୍ଷ୍ମଣ ଗାର 


ଧନ୍ୟ ଧନ୍ୟ ବୀର ଧନ୍ୟ ହେ ତୁମ ବଳିଦାନ 

କର୍ମେ ଜିଇ ହେଲ ଇତିହାସେ ଅମଳିନ 

କର୍ମକୁ କରି ଅସ୍ତ୍ର ଶସ୍ତ୍ର ଆୟୁଧ ତୁମର 

ରଖିଗଲ ଟେକ ଘେନ ସଲାମ ଆମର 


ତୁମ ମର ଶରୀରେ ଦେଇ ଜାତୀୟପତାକା

କୋଟିସଲାମ ମହାନାୟକ କଲଦେଶରକ୍ଷା 

ତୁମ ଜନମ ତିଥି ବେଳା କେଡେ ପବିତ୍ର 

ଦେଇ ପ୍ରାଣବଳୀ ଶହୀଦ ଲଭିଲ ଅମରତ୍ୱ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics