STORYMIRROR

Sunanda Mohanty

Classics

3  

Sunanda Mohanty

Classics

ଅବତାରୀ

ଅବତାରୀ

1 min
246


ଜଗନ୍ନାଥ ସ୍ୱାମୀ ନୟନପଥଗାମୀ

ଜଗନ୍ନାଥ ପ୍ରଭୁ ତୁମେ 

ଅବତାର ନା ଅବତାରୀ 

କିଏ କେତେ ଗତି ମୁକ୍ତି ପାଇଗଲେଣି 

ତୁମକୁ ପାଥେୟ କରି ନିତ୍ୟ ସ୍ମରି 

ମନୁଷ୍ୟ ଵିଵେକ ଅନୁମୋଦିତ କାମ ନକରି 

ରୋଗ ଋଣ ଦୁଃଖ ଶୋକେ 

ବୀତସ୍ପୃହ ହୁଏ ଭାରି 

ହେଲେ ବୁଝୁନି ଶ୍ରୋତା ବକ୍ତା ଛଡ଼ା 

କର୍ତ୍ତା ନିଜକୁ କରି 

ଆଦର୍ଶବାଦୀ ହେବାକୁ ପଡିବ 

ନିତ୍ୟ ସ୍ମରି ହରି 

ମନ୍ଦିରେ ନୁହେଁ ସକଳ ଘଟେ 

ବିରାଜମାନ କରନ୍ତି ଶ୍ରୀହରୀ 

ଜଗନ୍ନାଥ ନାଗାରଜ୍ଜୁର୍ନ ବେଶେ ନୂଆବର୍ଷେ 

ଦର୍ଶନ ଦେବେ ସବୁରି 

ଚିତ୍ର ନୁହେଁ ଚରିତ୍ର ସଂହାରି 

ମିତ୍ର ନୁହେଁ ସଜୀଵ ଆବୋରି 

ବିୟୋଗ ରୁ ଯୋଗ କୁ ଅନୁସରି 

ହରଣ ରୁ ମିଶାଣ ଫଳ ହାତେ ଧରି 

ସ୍ୱର୍ଗକୁ ନହେଲେ ନର୍କଧାମ ପରିତ୍ୟାଗ କରି 

ମୋକ୍ଷ ପ୍ରାପ୍ତିରେ ବିଶ୍ୱାସ ଭରି 

ନିଶ୍ୱାସ ଟା କେତେମାତ୍ର ଆଉ 

ଜୀବନ ଟା ଲାଗେ ଭାରି ଭାରି 

ତଥାପି ତୁମେ ଅଛ ପ୍ରଭୁହେ ଆମରି 

ବେଶେ ନିର୍ଦେଶରେ ଦିଅ ଆଖି ଠାରି 

ସମ୍ମୋହନେ ଚକାଆଖି ଲାଗେ ପଦ୍ମ ପରି 

ନବବର୍ଷେ ନବରୂପ ଦେଖିବାକୁ ତୁମ 

ଦେବାଳୟ ଖୋଲାମେଲା ଅନୁଶାସନ ନଡ଼ରି

ତୁମେ ସର୍ବମୟ ସର୍ବବ୍ୟାପି ଯୁଗେ ଯୁଗେ ଅବତାରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics