STORYMIRROR

jagabandhu sahu

Classics

3  

jagabandhu sahu

Classics

ଭିନ୍ନ ଏକ କୁରୁସଭା

ଭିନ୍ନ ଏକ କୁରୁସଭା

1 min
260

ନାହିଁ ଏଠି ଆଜି   ଦୃଷ୍ଟ ଦୁର୍ଯ୍ଯଧନ

    ନାହିଁ ସେଇ ଦୁଃଶାସନ

ନାହିଁ ଆଜି ସେଇ  ଅନ୍ଧ ଧୁତରାଷ୍ଟ୍ର

    ମୋହ ଗ୍ରସ୍ତ ସିଂହାସନ


ନାହିଁ ଆଜି ସେଇ  ଶଙ୍କୁନି ମାମୁଟି

     କପଟର ପଶା ଖେଳ

ତଥାପି ଏଇଠି   ଧର୍ମର ନାବରେ

     ଅଧର୍ମ ସାଜିଛି କାଳ


ଛଳନା ହାଟରେ  ହୁଏ କାର ବାର

   ଆଜି ଏଠି ଦେଶ ସେବା   

କପଟର ଏଇ   ପଶା ପାଲି ମଧ୍ଯେ

    ଭିନ୍ନ ଏକ କୁରୁସଭା


ହୁଏ ଏଠି ଆଜି   ଦ୍ରୌପଦି ହରଣ

     ମଉନ ଯେ ପ୍ରଶାସନ

ଛାତିକୁ ଫୁଲାଇ    ହସୁଅଛି ଆଜି

     କଳିଯୁଗ ଦୁଃଶାସନ


ନାହିଁ ଆଜି ସେଇ  ରଥର ସାରଥି

     ନାହିଁ ପଞ୍ଚଜନ୍ୟ ଶଦ୍ଦ

ନାହିଁ କେହି ରଥି ସେଇ ମହା ଶକ୍ତି

     କରିବାକୁ ଲକ୍ଷ୍ୟ ଭେଦ


ତଥାପି ଚାଲିଛି ଆଜିବି ଏଇଠି

     ଏବକା ମହାଭାରତ 

 ଧର୍ମ ରକ୍ଷା ନୁହେଁ ଗାଦି ରକ୍ଷା ପାଇଁ 

    ଶାସକଙ୍କ ମନୋରଥ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ

Similar oriya poem from Classics