STORYMIRROR

jagabandhu sahu

Classics

3  

jagabandhu sahu

Classics

ଭିନ୍ନ ଏକ କୁରୁସଭା

ଭିନ୍ନ ଏକ କୁରୁସଭା

1 min
271


ନାହିଁ ଏଠି ଆଜି   ଦୃଷ୍ଟ ଦୁର୍ଯ୍ଯଧନ

    ନାହିଁ ସେଇ ଦୁଃଶାସନ

ନାହିଁ ଆଜି ସେଇ  ଅନ୍ଧ ଧୁତରାଷ୍ଟ୍ର

    ମୋହ ଗ୍ରସ୍ତ ସିଂହାସନ


ନାହିଁ ଆଜି ସେଇ  ଶଙ୍କୁନି ମାମୁଟି

     କପଟର ପଶା ଖେଳ

ତଥାପି ଏଇଠି   ଧର୍ମର ନାବରେ

     ଅଧର୍ମ ସାଜିଛି କାଳ


ଛଳନା ହାଟରେ  ହୁଏ କାର ବାର

   ଆଜି ଏଠି ଦେଶ ସେବା   

କପଟର ଏଇ   ପଶା ପାଲି ମଧ୍ଯେ

    ଭିନ୍ନ ଏକ କୁରୁସଭା

>

ହୁଏ ଏଠି ଆଜି   ଦ୍ରୌପଦି ହରଣ

     ମଉନ ଯେ ପ୍ରଶାସନ

ଛାତିକୁ ଫୁଲାଇ    ହସୁଅଛି ଆଜି

     କଳିଯୁଗ ଦୁଃଶାସନ


ନାହିଁ ଆଜି ସେଇ  ରଥର ସାରଥି

     ନାହିଁ ପଞ୍ଚଜନ୍ୟ ଶଦ୍ଦ

ନାହିଁ କେହି ରଥି ସେଇ ମହା ଶକ୍ତି

     କରିବାକୁ ଲକ୍ଷ୍ୟ ଭେଦ


ତଥାପି ଚାଲିଛି ଆଜିବି ଏଇଠି

     ଏବକା ମହାଭାରତ 

 ଧର୍ମ ରକ୍ଷା ନୁହେଁ ଗାଦି ରକ୍ଷା ପାଇଁ 

    ଶାସକଙ୍କ ମନୋରଥ ।


Rate this content
Log in

Similar oriya poem from Classics