STORYMIRROR

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ଗୋମାତା

ଗୋମାତା

1 min
198



ଗୋମାତା ମହିମା ଗୋ ଉପାସନା 

   ସୁଖ ବୈଭବ ଦାୟକ 

ଗୋମୁଖରେ ବେଦ ନେତ୍ରେ ଚନ୍ଦ୍ର ସୂର୍ଯ୍ୟ             

  ଗୋମୂତ୍ରେ ଗଙ୍ଗା ସ୍ରବିତ ।

ହମ୍ମା ରବେ ତାର ବ୍ରହ୍ମା ପ୍ରଜାପତି

   ପହ୍ନାରେ ଚାରି ସମୁଦ୍ର

ଗୋଗୋଷ୍ଠ ଗୋଧୂଳି ମସ୍ତକେ ଧାରଣ

  ପବିତ୍ର ତୀର୍ଥ ସାନ୍ନିଧ୍ୟ ।

ଗୋମୟ ଗୋବର ଅଟେ ଶୂଚିମନ୍ତ

  ମାତା ଲକ୍ଷ୍ମୀଙ୍କ ସ୍ୱରୂପା

ଗୋମାତା ଦନ୍ତରେ ଗରୁଡ଼ ନିବାସ

  ସରସ୍ଵତୀ ମାତା ଜିହ୍ୱା ।

ଲୋମମୂଳେ ତାର ଯୋଗୀ ଋଷି ମୁନି

  

କର୍ଣେ ଅଶ୍ୱିନୀ କୁମାର

ଶିଙ୍ଗ ଅଗ୍ରଭାଗେ ଦେବରାଜ ଇନ୍ଦ୍ର

  ମୂଳେ କେଶବ ଶଙ୍କର ।

ପ୍ରକୃତି ସ୍ୱରୂପା ପୃଥିବୀ ଗୋମାତା

   ଜୀବନୀ ଶକ୍ତି ଆଧାର

ପରମ ପବିତ୍ର ଦିବ୍ୟ ପଞ୍ଚଗବ୍ୟ

   ପୂଜା ଆରାଧନା ମୂଳ ।

ଗୋମାତା ସଂସର୍ଗ ଜୀବ ଉର୍ବରକ

   ବୃଦ୍ଧି କରେ ଉତ୍ପାଦନ

ଗୋମାତା କାରଣୁ ହୁଏ ଉପକାର

  ପୃଥିବୀ ସ୍ୱସ୍ତି ସ୍ୱଚ୍ଛନ୍ଦ ।

ଗୋକଲ୍ୟାଣେ ସୁଖ ସମୃଦ୍ଧି ନିହିତ

   ଗୋସମ୍ପଦେ ଧନଧାନ୍ୟ

ଗୋମାତାଙ୍କୁ ପୂଜା ଗୋ ସମ୍ବର୍ଦ୍ଧନା

   ମାନବର ଶ୍ରେଷ୍ଠ ଧର୍ମ ।


   



Rate this content
Log in

Similar oriya poem from Classics