STORYMIRROR

Pranati Jena

Classics Others

3  

Pranati Jena

Classics Others

ମୋ ବୋଉ

ମୋ ବୋଉ

1 min
223


ଅତୁଳନୀୟ ତୋର ସ୍ନେହ ଝରା ପଣ

ଅକୁହା ସେ ପରିଭାଷା,

ଅମୃତ ସାନିଧ୍ୟ ବନ୍ଧନ ଜୀବନେ

ପାଇ ହୁଏ ନୂଆ ଦିଶା......


ପିଲାଦିନେ ତୋର ମୋ ଅଝଟ, ଅଳି 

ସ୍ମୃତି, ଅନୁଭୂତି ଆଜି,

କେତେ ଯେ ସରାଗ ହୃଦୟରେ ତୋଳି

ପ୍ରଥମ ବନ୍ଧୁ ତୁ ସାଜି.......


ରାଗିଗଲେ ବୋଉ କିଛି ସମୟ ରେ

କୋଳେଇ ନେଇ ତୁ କୋଳେ,

ଯେତେ ବଡ଼ ହେଲେ ଛୁଆ ତୋ ଭାଷାରେ

ଭୁଲିନାହିଁ ଅବେଳରେ.......


ସ୍କୁଲ ଠାରୁ ମୋର କଲେଜ ପର୍ଯ୍ୟନ୍ତ

ଖୁଆଇ ଦେଉ ତୋ ହାତେ,

ମୋ ହାତରେ ମୋର ପେଟ ପୁରିବନି

ତୋ ବିନା ବୁଝେ କେ ମୋତେ.......


ଶୋଷ ଲାଗୁଥିଲେ ଢାଳିଯିବ ପାଣି

ଯେତେ କାମ ଛାଡି ଦେଉ,

ରୋଷଇ ଘରକୁ ପଶିଲେ ତୋ ବାଣୀ

ଗରମକୁ କାହିଁ ଆସୁ.......


ଦେହ ଖରାପ ରେ ପାଖେ, ପାଖେ ମୋର

ଛାଇ ହୋଇ ପାଶେ ଥାଉ,

ତୋ ଆଖି ଲୁହରେ ଦେବତା ଙ୍କୁ ତୋର

ପାଣି ପରି ତରଳାଉ.......


ବଡ଼ ହୋଇ ମୁଁ ଶାଶୁଘରେ ଆସିଲି

କରେଇ ଦେଲୁନି କିଛି,

ଖାଲି ଦେଖେ ମାଆ ହେବ ତ ଏମିତି

ମନେ ରଖ ମୁଁ କହୁଛି.......


ବାପା, ବୋଉ ମୋର ଚଳନ୍ତି ଠାକୁର

କରୁଣାର ପ୍ରତିମୂର୍ତ୍ତି,

ସ୍ୱୟଂ ଜଗନ୍ନାଥ, ଲକ୍ଷ୍ମୀ ମାଆ ମୋର

ତାଙ୍କ ଶ୍ରୀ ପଦେ ପ୍ରଣତି.......


ଉପରେ ଶାସନ ସଂସ୍କାର ଭୂଷଣ

ଭିତରେ କୋମଳ ଭାବ,

ଶୋଇଗଲା ପରେ ମଥାରେ ତା ସ୍ନେହ

ହୃଦ ଭିଜା ଅନୁଭବ.......


ବିନୟ ଭୂଷଣ ତୋର ଆଭୂଷଣ

ନମ୍ରତାର ମହାମନ୍ତ୍ର,

ଆଜି ତୋର ପାଇଁ ହୃଦ ର ଭୂଷଣ

ଜଗନ୍ନାଥ "ମା "ସ୍ୱତନ୍ତ୍ର.......


ତୋର ଦିଆ ଏହି ମନ୍ତ ର ମାହାତ୍ମ୍ୟ

କୋଟି କୈବଲ୍ୟ ମୋ ପାଇଁ,

ସେ ସୁଖ ଯେ ସାର ଭାବେ ଅନୁଭବ୍ୟ

କେମିତି ପାରିବି କହି........


ପଣତରେ ତୋର ମୁହଁ ପୋଛି ମୋର

ଦୁଃଖ ତ ଯାଏ ମୁଁ ଭୁଲି,

ଶ୍ରୀ ମନ୍ଦିର ନେତ ମଥାରେ ମୋହର

ତୋ ପଣତେ ସ୍ନେହ ବୋଳି........


ତୋର ସେ ସାନିଧ୍ୟ ଜୀବନେ ଇପ୍ସିତ

ସବୁ ମୁହୂର୍ତ୍ତ ର ଶ୍ରେୟ,

ମୋର ଆୟୁଷ ତ ଲାଗି ଯାଉ ସତ

ଜୀବନ ଠାରୁ ତୁ ପ୍ରିୟ........


ଝିଅଟିଏ ଯେବେ ବୋହୁ ହୋଇଯାଏ

ଝିଅ ପରି ସ୍ନେହେ ରହି,

ମାତୃତ୍ୱ ସଂମ୍ମାନ ନାରୀ ଜାତି ମାନ

ନାରୀଟିଏ ପାରେ ଦେଇ.......


   ଜୟ ଜଗନ୍ନାଥ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics