STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

କଳ୍ପନା କବିତା

କଳ୍ପନା କବିତା

1 min
273


କବି ମନ ମୋର ବାଇଚଢେଇ

ଶୂନ୍ୟରେ ଦେଖ ମୋ ବସା ଝୁଲଇ ।।


ଆକାଶ କଇଆଁ ଚିଲିକା ମାଛ

କବି ଲେଖେ ବସି ଗୀତ ସଂଗୀତ ।।


ଶବଦ ଫୁଲର ଗଜରା ଗୁନ୍ଥି

ଭାରତୀ ପଦେ ମୁଁ ଦେଲି ସମର୍ପି ।।


ଅସହ୍ୟ ନିଦାଘ ଦେଉଛି ଜାଳି

ମାର୍ତ୍ତଣ୍ଡ କି ଅଗ୍ନି ଦିଅନ୍ତି ଢାଳି ।। 


ପବନରେ ଆସେ ବନାଗ୍ନି ଧାସ

ଘର୍ମାକ୍ତ ଶରୀର ହୁଏ ଅବଶ ।।


ମନ ମରି ମରି ଯାଉଛି କିଆଁ

କେଉଁ ଯାଦୁଗର କଲା କିମିଆ ।।


ତଥାପି ଏ ମନେ ଅନେକ ଆଶା

ଉଙ୍କିମାରୁଅଛି ସପନ ଭାଷା ।।


କଳ୍ପନା ବିଳାସି କବି କବିତା

କବି ବାଣ୍ଟଇ ତା ମନର କଥା ।।


ଦୁଃଖ ସୁଖ ସମ୍ପଦର ବିପଣି

ସଂସାର ହାଟରୁ ସଉଦା କିଣି ।।


ଚାଲିଛି ଆଗକୁ ବାଟ ବହୁତ

କବି ମାଗେ ମୁକ୍ତି କଳା ସାଆନ୍ତ ।।


 #Sm boss



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics