କଳ୍ପନା କବିତା
କଳ୍ପନା କବିତା


କବି ମନ ମୋର ବାଇଚଢେଇ
ଶୂନ୍ୟରେ ଦେଖ ମୋ ବସା ଝୁଲଇ ।।
ଆକାଶ କଇଆଁ ଚିଲିକା ମାଛ
କବି ଲେଖେ ବସି ଗୀତ ସଂଗୀତ ।।
ଶବଦ ଫୁଲର ଗଜରା ଗୁନ୍ଥି
ଭାରତୀ ପଦେ ମୁଁ ଦେଲି ସମର୍ପି ।।
ଅସହ୍ୟ ନିଦାଘ ଦେଉଛି ଜାଳି
ମାର୍ତ୍ତଣ୍ଡ କି ଅଗ୍ନି ଦିଅନ୍ତି ଢାଳି ।।
ପବନରେ ଆସେ ବନାଗ୍ନି ଧାସ
ଘର୍ମାକ୍ତ ଶରୀର ହୁଏ ଅବଶ ।।
ମନ ମରି ମରି ଯାଉଛି କିଆଁ
କେଉଁ ଯାଦୁଗର କଲା କିମିଆ ।।
ତଥାପି ଏ ମନେ ଅନେକ ଆଶା
ଉଙ୍କିମାରୁଅଛି ସପନ ଭାଷା ।।
କଳ୍ପନା ବିଳାସି କବି କବିତା
କବି ବାଣ୍ଟଇ ତା ମନର କଥା ।।
ଦୁଃଖ ସୁଖ ସମ୍ପଦର ବିପଣି
ସଂସାର ହାଟରୁ ସଉଦା କିଣି ।।
ଚାଲିଛି ଆଗକୁ ବାଟ ବହୁତ
କବି ମାଗେ ମୁକ୍ତି କଳା ସାଆନ୍ତ ।।
#Sm boss