STORYMIRROR

Ansuman Swain

Classics

4  

Ansuman Swain

Classics

ହେ କଳାଶ୍ରୀମୁଖ

ହେ କଳାଶ୍ରୀମୁଖ

1 min
198

କେତେ ଦିନ ଦେବୁ ଆଉ ଏମିତି ଦୁଃଖ

         କହରେ ,କହରେ ତୁହି କଳାଶ୍ରୀମୁଖ

ନିରବେ ରହିଛୁ କାହିଁ ବଡ଼ ଦେଉଳେ

     ସବୁ ଭୁଲିଗଲୁ ଆଜି କରୋନା କାଳେ

ତୋ ସିଂହଦୁଆର ଆଜି ହୋଇଛି ଶୂନ୍ୟ

           ପ୍ରତି ମୁହୂର୍ତ୍ତରେ ଏଠି ଜଳୁଛି ଜୀବନ

କହରେ, କହରେ ତୁହି କଳା ବାମନ

       କେବେ ତୁହି ଆଣି ଦେବୁ ସୁଖର ଦିନ


ରେ କଳାଶ୍ରୀମୁଖ.........

କେତେ ଦିନ ଦେବୁ ଆଉ ଏମିତି ଦୁଃଖ

ମରୁଭୂମି ପାଲଟିଛି ବଜାର ଘାଟ

    ଶବଦାହ ପାଇଁ ଆଜି ମିଳୁନି କାଠ

କିଏବା କେଉଁଠି ଅଛି ମିଳୁନି ଖବର

       ଅକାଳରେ ଝରିପଡ଼େ ସୁନ୍ଦର ଶରୀର

କେବେ ହେବ ଶେଷ ତୋର ଏହି ନାଟକ

          କହରେ ,କହରେ ତୁହି କଳାଶ୍ରୀମୁଖ

କେତେ ଦିନ ଦେବୁ ଆଉ ଏମିତି ଦୁଃଖ ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics