ହେ କଳାଶ୍ରୀମୁଖ
ହେ କଳାଶ୍ରୀମୁଖ
କେତେ ଦିନ ଦେବୁ ଆଉ ଏମିତି ଦୁଃଖ
କହରେ ,କହରେ ତୁହି କଳାଶ୍ରୀମୁଖ
ନିରବେ ରହିଛୁ କାହିଁ ବଡ଼ ଦେଉଳେ
ସବୁ ଭୁଲିଗଲୁ ଆଜି କରୋନା କାଳେ
ତୋ ସିଂହଦୁଆର ଆଜି ହୋଇଛି ଶୂନ୍ୟ
ପ୍ରତି ମୁହୂର୍ତ୍ତରେ ଏଠି ଜଳୁଛି ଜୀବନ
କହରେ, କହରେ ତୁହି କଳା ବାମନ
କେବେ ତୁହି ଆଣି ଦେବୁ ସୁଖର ଦିନ
ରେ କଳାଶ୍ରୀମୁଖ.........
କେତେ ଦିନ ଦେବୁ ଆଉ ଏମିତି ଦୁଃଖ
ମରୁଭୂମି ପାଲଟିଛି ବଜାର ଘାଟ
ଶବଦାହ ପାଇଁ ଆଜି ମିଳୁନି କାଠ
କିଏବା କେଉଁଠି ଅଛି ମିଳୁନି ଖବର
ଅକାଳରେ ଝରିପଡ଼େ ସୁନ୍ଦର ଶରୀର
କେବେ ହେବ ଶେଷ ତୋର ଏହି ନାଟକ
କହରେ ,କହରେ ତୁହି କଳାଶ୍ରୀମୁଖ
କେତେ ଦିନ ଦେବୁ ଆଉ ଏମିତି ଦୁଃଖ ....