ଘର ବାହୁଡା
ଘର ବାହୁଡା
ପାଂଚଶହ ମାଇଲ ପାର ହୋଇଗଲି
ଦିଶିଲାଣି ମୋର ଗାଁ
ପଥ ଚଲା କଷ୍ଟ ଭୁଲି ମୁଁ ଯାଇ ଛି
ମନେ ପଢେ ମୋର ମା ।
କାହାକୁ କି ଦୋଷ ଦେବି ଲୋ ଵଉ
ଵିଧାତା ମୋ କର୍ମ କଲା
ଭାତ ଗନଡେ ପାଇଁ
ଚଉଦ ଵରଷ ଝିଅ କୁ ତୋର
ପରଦେଶୀ କରି ଦେଲା ।
ସୁନା ଧାନ କ୍ଷେତ କୁଳୁ କୁଳୁ ନଈ
ଝାଡ଼ ଜଗଂଲ ଆମ ଘର
କାଁହି ତେଲେଗାଂନା କେଉଁଠି ସୁରଟ
କିଏ ହେବ ଆପଣାର ।
ପଛରେ ପକାଇ ଏଇ ମୋର ଘର
ମୋ କିଶୋରୀ ଵେଳ
ବାପାଂକ ମୁଁହକୁ ଚାହିଁ
ଵଦଳି ଯିବ ଲୋ ଆମର ଦୁନିଆ
ସେ କଥା ତୋ ମନେ ନାହିଁ ।
ସାନ ଭାଇଟା ମୋ ମଣିଷ ହେବ ସେ
ଦାଦନ ଖଟିଵ ନାହିଁ
ସେଦିନ ଶପଥ ଭାଂଗି ଗଲା ମୋର
କେମନ୍ତ ମୁଁହ ଦେଖାଇଵି ମୁହିଁ ।
ପାରୁ ନାହିଁ ଵଉ ଏତେ କଷ୍ଟ ସହି
ପାଦ ମୋର ଉଠୁ ନାହିଁ
ଦିଶିଲାଣି ମୋର ଗାଁ
ନିରିମାଖୀ ମୁଁହ ସବୁଦିନ ପାଇଁ
ଭୁଲି ଯିବୁ ମୋର ନାଁ ।
(ଲକ୍ ଡାଉନ ରେ ଘରଵାହୁଢା ପରଦେଶୀ ର ଵାଟରେ ପ୍ରାଣତ୍ୟାଗ କରୁଥିବା ମଣିଷଂକ ପାଇଁ ପଦେ)
