STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

“ବୋଉ"

“ବୋଉ"

1 min
219


ବୋଉ ବୋଉ, ବୋଉ ଲୋ ବୋଉ

କିଏ ବୁଝିବ,

କିଏ ବୁଳଝିବ ଲୋ ଆଉ ମୋ ଦୁଃଖ ର ଦାଉ

ବୋଉ ବୋଉ ।।


ଧରିତ୍ରୀ ଠାରୁ ତୁ ଆହୁରି ଗରୁ ଲୋ

କେତେ ସହିଛୁ ଜଞ୍ଜାଳ

କେତେ ଅଳି କେତେ ଅରଦଳି ସହି

ବଢାଇଛୁ ଲୋ ସଂସାର

ଭୋକ ଶୋଷ ଭୁଲି ଦିନ ରାତି ଖାଲି

ଏକାକାର କରି ଦେଉ, ବୋଉ ବୋଉ ।।


ମୋ ମୁହଁ ଦେଖି କେମିତି ଜାଣୁ ଲୋ

ମୋ ଅନ୍ତର ଦୁଃଖ କଥା

କାହିଁକି ରେ ଧନ ତୋ ମୁହଁ ସୁଖିଛି

ଆଉଁସି ଦେଉ ମୋ ମଥା

ଆହା କି ପୀୟୂଷ ପରଶ ସେ ହାତ

ଶାନ୍ତି ମିଳେ ଚାହୁଁ ଚାହୁଁ, ବୋଉ ବୋଉ ।।


ପେଟ ଦେଖି ଭୋକ ବାରୁ କେମନ୍ତେ ଲୋ

କି ଅମୃତେ ତନୁ ତୋର 

ଗଢି ଅଛି ବିହି ସଂସାରେ ବୋଉ ଲୋ

କାହିଁ ତୋର ପଟାନ୍ତର

ତୁ ମୋରୋ ଚଳନ୍ତି ଠାକୁରାଣୀ ବୋଉ

ମୋ ମଥାରେ ତୋ ହାତ ଥାଉ, ବୋଉ ବୋଉ ।।


ବିଂଶ ଦଶ ଚାରିବର୍ଷ ଆବର୍ତ୍ତମାନେ

ତାରା ହୋଇଛୁ ଗଗନେ

ସେଥିରେ ଦେଖେ ତୋ ମୁହଁ ନିତି ନିତି

ତୋ କୋଳ ପଡ଼ଇ ମନେ

ଯେଉଁଠି ଅଛୁ ତୁ ସୁଖରେ ଥାଅ ଲୋ

ତୋ ଆଶିର୍ବାଦ ବର୍ଷୁ ଥାଉ, ବୋଉ ବୋଉ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics