STORYMIRROR

DR SAMIR RANJAN BEHERA

Abstract Classics Inspirational

4  

DR SAMIR RANJAN BEHERA

Abstract Classics Inspirational

କରୋନା ଭୟ

କରୋନା ଭୟ

1 min
242


     ହେ ଦୁନିଆ

     ଆଜି ଏ କି ସମୟ ଆସିଛି ଯେ

     ମାନବ ଜାତି ପୁରା ଛାନିଆ

    ପିଲା ଠାରୁ ବୁଢ଼ା

    ଯୁବା ଠାରୁ ଯୁବତୀ

     ସଭିଙ୍କ ମୁହଁ ରେ ଖାଲି କରୋନା

                           ଆଉ କରୋନା ll

    ହେ ଦୁନିଆ

    ଆଜି ପିତା ବି ଡ଼ରୁଛି ପୁତ୍ର କୁ

    ପୁତ୍ର ବି ଛୁଉନି ପିତା ଶବକୁ

    ଅତିଥି ପାଇଁ ଦ୍ୱାର ବନ୍ଦ

    ଦୂରତା ତ ଖାଲି ବାହାନା

   ମନରେ ତ ବସା ବାନ୍ଧିଛି କରୋନା

   ଖାଲି ସଂନ୍ଦେହ ର ଚିହ୍ନ

   ଆରେ ୟା ଦେହରେ ଅଛି କି

   କରୋନା ଲକ୍ଷଣ ll

  ହେ ଦୁନିଆ

  ଆଜି ହଜି ଯାଉଛି ମାନବିକତା

  ହଜି ଯାଉଛି ଵିଵେକତା

  ଛୁଆଁ ଅଛୁଆଁ ଆଉ ବାସନ୍ଦ

  ମୃତ୍ୟୁ ଭୟ ରେ ପଳାୟନ ପନ୍ଥୀ ର ଭାବ

   ନାହିଁ ମଣିଷ ପଣିଆ ର ଗନ୍ଧ

  ସତେ ବଂଚିବାର ସ୍ୱାର୍ଥ ରେ ଆଜି ବିବେକ ଅନ୍ଧ ll

  ହେ ଦୁନିଆ

  ଆଜି କରୋନା ଭୟରେ

  ଅକରୋନା ରୋଗୀ ବି ଅବହେଳିତ

  ସନ୍ଦେହ ସନ୍ଦେହ

  ଯୋଦ୍ଧା ବି ଭୟଭୀତ

  ଭୃକ୍ଷେପ ନାହିଁ ଅନ୍ୟ ର ଜୀବନ

  ନିଜେ ବଞ୍ଚିରହିବାର ଅଦମ୍ୟ ଚେତନା

  ଆଉ କରୋନା କରୋନା ସତେ

                     ପ୍ରହସନ ଆଉ ବାହାନା ll

  ହେ ଦୁନିଆ

  ଆଜି କି ପରିସ୍ଥିତି ଆସିଛି

  ମା ର ମମତା ଡୋରୀ ରେ ପ୍ରତିବନ୍ଧକ ଲାଗିଛି

  ବାହାରୁ ଆସିଲେ ସାନିଟାଇସ ରେ ଗଧଉଛି

  ଘର ଭିତରେ ବି ମାସ୍କ ପିନ୍ଧଉଛି

  ତଥାପି କହୁଛି

  ବାବୁ ରେ ତୋ ଦେହରେ କାଳେ କରୋନା ଥିବ

   ଭଲ ହେବ ଟିକେ ଦୂରରେ ରହିବ ll

   ହେ ଦୁନିଆ

   ଆଜି ଗରିବ ମାଗୁଛି ଦାନା

   ଘରଣୀ କହୁଛି

   ହଟ ହଟ ଗେଟ ଭିତରକୁ ବି ପଶନା

   କାଳେ ତୋ ଦେହେ ଥିବ କରୋନା

   ନିଜେ ତ ମରିବୁ ଆଉ ଆମକୁ ବି ମାରିବୁ ll

    

   ହେ ମଣିଷ ସମାଜ

    କରୋନା ଏକ ଅଦୃଶ୍ୟ ଶକ୍ତି

   କେଉଁ ପରିସ୍ଥିତି ରେ କାହାକୁ ସଂକ୍ରମଣ କରିବ

   କେହି ବି କହି ନ ପାରିବ

   ଏଣୁ ନ କରି ଭେଦ ଭାବ

    ସତର୍କ ରହିବାର ମନୋଭାବ

    ସକାରାତ୍ମକ ଚିନ୍ତାଧାରା ମନ ରେ ଧରି

   ନିଶ୍ଚେ ଯିବ କରୋନା ଡ଼ଙ୍ଗା ପାରି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract