STORYMIRROR

Samita Swain

Classics

4  

Samita Swain

Classics

ଧନ୍ଯ ସେ ଉତ୍କଳ

ଧନ୍ଯ ସେ ଉତ୍କଳ

1 min
344

ଉତ୍କଳ ଭୁବନେ ପୁଣ୍ଯ ନିଳାଚଳ 

ତାମଧ୍ୟେ ବିରାଜେ ଶ୍ରୀକ୍ଷେତ୍ର କମଳ।

ଶାସକ ଯାହାର ସ୍ବୟଂ ସେ ଈଶ୍ବର 

ଲୀଳାମୟ ପ୍ରଭୁ କାଳିଆ ଠାକୁର।


ଅତିନ୍ଦ୍ରିୟ ସେ'ତ କାରୁଣିକ ବ୍ରହ୍ମ 

ଐକ୍ଯ ଚିନ୍ତନରେ ଜଗନ୍ନାଥ ନାମ।

ସ୍ବତନ୍ତ୍ରତା ମଧ୍ଯେ ଶ୍ରେଷ୍ଠ ଏ ସଂସାରେ

ଅମୃତମୟ ସେ ପ୍ରେମ ପ୍ରାବଲ୍ୟରେ।


ଭକ୍ତି ର ଭାବରେ ରହି ନିରନ୍ତର 

କରିଥାନ୍ତି ହିତ ଭକ୍ତ ଜନଙ୍କର।

ବିଭିନ୍ନତା ମଧ୍ଯେ ସୂଚାଇ ଏକତା 

ପରଖନ୍ତି ଭକ୍ତ ଭକ୍ତି ରେ ଶ୍ରେଷ୍ଠତା।


ଧନ୍ଯସେ ଉତ୍କଳ ନିଳାଚଳ ଧାମ

ଦିବ୍ୟ ଭାବଭରେ କାଳିଆର ପ୍ରେମ।

ଲକ୍ଷ ଲକ୍ଷ ଭକ୍ତ ହୋଇ ସମାଗମ 

ଦର୍ଶନ ଇଛନ୍ତି ଶ୍ରୀ ପୁରୁଷୋତ୍ତମ।


ଉତ୍କଳୀୟ କଳା ଶୋଭାର ଭଣ୍ଡାର 

ସ୍ଥାପତ୍ୟ ରେ ଭରା ସବୁଠୁ ସୁନ୍ଦର।

ଚନ୍ଦ୍ରଭାଗା ନଦୀ ମହୋଦଧି କୂଳ

ସୂର୍ଯ୍ୟ ଦେବଙ୍କର ନିତ୍ଯ ବିଜେ ସ୍ଥଳ।


ଉତ୍କଳ ଶିଳ୍ପୀ ର ସୂକ୍ଷ୍ମ କାରିଗରୀ 

ପାଷାଣୀକନ୍ଯାସେ କୋଣାର୍କ ସୁନ୍ଦରୀ।

ମନର ମାନସୀ ପ୍ରଣୟ ପ୍ରତିମା 

ହାସ୍ଯମୟୀ ଅପରୂପା ଅନୁପମା।


ଅର୍କକ୍ଷେତ୍ର ରୂପେ ହୋଇ ସେ ବିଦିତ 

ବିଶ୍ବ ଇତିହାସେ ଜଗତେ ବିଖ୍ଯାତ।

ଓଡିଆ ଅସ୍ମିତା ଐତିହ୍ୟ ସଂସ୍କୃତି 

ଯଶ ଗଉରବ ଉତ୍କଳୀୟ କୀର୍ତ୍ତି।


ପୁଣ୍ଯ ଦେବଭୂମି ପବିତ୍ର ଉତ୍କଳ 

ଜୀବନ୍ତ କଳାର ସେ ସୁରମ୍ଯ ସ୍ଥଳ।

କଳା ନୈପୁଣ୍ଯ ରେ ଶିଳ୍ପୀର ପ୍ରତିଭା 

କାରୁକାର୍ଯ୍ୟ ପୂର୍ଣ୍ଣ ସ୍ଥାପତ୍ୟ ର ଶୋଭା।


ନିହଣ ପରଶେ କଳା କୌଶଳରେ

ଅଦ୍ବିତୀୟ ସେ'ତ ଶିଳ୍ପୀ ଭାସ୍କର୍ଯ୍ୟରେ ।

କଳା ମୁଗୁନିରେ ମୁଖଶାଳା ତାର

ଗର୍ବ ଯଶ ମାନ ଓଡିଆ ପ୍ରାଣର ।

 

କଳା ଚାତୁରୀର କାଳ ଜୟୀ ହୋଇ 

ଉତ୍କଳ କଳାର ସ୍ବାଭିମାନ ଗାଇ।

ଇତିହାସ ଲେଖା ହେଲା ସ୍ବର୍ଣ୍ଣାକ୍ଷରେ

ଉତ୍କଳୀୟ କଳା ଉତ୍କୃଷ୍ଟ ଆଗରେ।


ଧନ୍ଯସେ ଉତ୍କଳ ଯେସନେ ଉତ୍ପଳ 

ଦେବ -ଦେବୀ ଙ୍କର ପ୍ରିୟ ବାସସ୍ଥଳ।

ଅପୂର୍ବ ବିଳାସ ବିଭବ ମଞ୍ଜୁଳ 

ଶୋଭାର ନିଳୟ ଦିଶଇ ଉଜ୍ବଳ।


ଗାରିମା ଗୌରବ ସ୍ମାରକ ସ୍ମୃତିର 

ମୂକସାକ୍ଷୀ ଆଜି ପୂର୍ବ ଐତିହ୍ୟର।

ତା ଶୋଭାର ନାହିଁ କାହିଁ ପଟାନ୍ତର 

ଉତ୍କଳୀୟ କଳା ସଦା ମନୋହର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics