ମୁଁ ଯେ ଲାଜେ ଚାହିଁ ପାରୁନି
ମୁଁ ଯେ ଲାଜେ ଚାହିଁ ପାରୁନି
ମୁଁ ଯେ ଲାଜେ ଚାହିଁ ପାରୁନି ତୁମ ଶ୍ରୀ ମୁଖକୁ ! - - -
- - - - - - - - - - - - - - - - - - - - - - -
ଚଉରାଶି କୋଟି ଜନ୍ମ ପରେ ତୁମେ ହେ ମହାବାହୁ ! ,
ଜନ୍ମିଲି ଏ ଦୁର୍ଲ୍ଲଭ ମଣିଷ ଜନ୍ମ ତୁମ ଅପାର କରୁଣା ଯୋଗୁଁ ,
ଗର୍ଭର ଅନ୍ଧାର ବିଷ୍ଠ। ପରିଶ୍ରା ରେ ଅତିଷ୍ଠ ହେବା ଯୋଗୁଁ ,
ଆକୁଳେ ପ୍ରାର୍ଥନା କଲି ହେ ଶ୍ରୀହରି ତୁମକୁ ।। - - - ୧
ହେ ନାରାୟଣ ଉଦ୍ଧାର କର ମୋତେ ଏ କଷ୍ଟରୁ ,
ନିଇତି ଜପିବି ତୁମକୁ ହେବିନି ବିରତ କେବେ ତହିଁରୁ ,
ତୁମେ ଦୟାଳୁ ଯେବେ ମୋତେ କଲ ବାହାର ସେଇଠାରୁ ,
କନ୍ଦ୍ରନରତ ହୁଏ ଧରିତ୍ରୀ ପବନ ବାଜିବାରୁ ।। - - - ୨
ଭୁଲି ଯାଏ ସେ କଥା ସବୁ ଦିନ ଅତିବାହିତେ ,
ସ୍ନେହ ପ୍ରେମ ଲୋଭ ମୋହ ମାୟା ଦେଖନ୍ତେ ,
ରହିଲି ବାଳକ ବୟସେ ଖେଳର ନିମଜ୍ଜିତେ ,
କାମିନୀ ନିଶାରେ ତଂହୁ କୌଶୋର ଯୌବନ ହେଲେ ଉପସ୍ଥିତେ ।। - - - ୩
ମିଛ ଲୋଭ ମୋହ ପାଇଁ ଅସତ ଉପାୟେ କଲିଧନ ଉପାର୍ଜନ ,
କେତେ କୂଟନୀତି ରାଜନୀତି ମିଛ ଖଚ ଦେଲି ହୃଦୟରେ ଆସନ ,
କେତେ ଲୋକ ଲୁହ ରକ୍ତେ କରିଲି ମୁଁ ଧନ ପାଇଁ ସ୍ନାନ ,
ମିଛ ପ୍ରହେଳିକା ଆତ୍ମ ବଡୀମା ଦେଖାଇବାକୁ ଆତ୍ମ ପ୍ରଚାର କରିଲି ସମାଜ ସେବୀ ହେବାର କଲି କର୍ମ ଯେ ହୀନ ।। - - - ୪
କିନ୍ତୁ ସେ ମିଛ ପ୍ରଚାରେ ଲୁଚିଥିଲା ଅନେକ ମନ୍ଦ ଉଦ୍ଦେଶ୍ୟରେ ସ୍ନାତା ମନ ,
ଅକାଳ ମୃତ୍ୟୁକୁ କରି ବରଣ ପାଇଲି ମୋ ହିତହିଁତ ଜ୍ଞାନ ,
ଆଜି ମୁଁ ଲାଜେ ଚାହିଁ ପାରୁନି ହେ ତୁମ ଶ୍ରୀ ମୁଖକୁ ପୋଡ଼ିଯାଉଛି ତନ ,
କ୍ଷମାମାଗିବାକୁ ସାହସ ନାହିଁ ହେ ଶ୍ରୀ ହରି ଦିଅ ଦଣ୍ଡ ନର୍କରେ ଦେଇକି ସ୍ଥାନ ।। - - - ୫
