STORYMIRROR

Ankita Mishra

Classics Inspirational

4  

Ankita Mishra

Classics Inspirational

ପ୍ରକୃତି

ପ୍ରକୃତି

1 min
271

ମାତା ପ୍ରକୃତି ଯଶୋଦାଙ୍କଠୁ ବଳି

ଦେଇଛି ଜୀବନ ଶିକ୍ଷା, 

ଗୁରୁଙ୍କ କର୍ତ୍ତବ୍ୟ ନିଭାଇଛି ସେ 

ଗ୍ରହଣ ନ କରି ଦୀକ୍ଷା ॥


ଆଧୁନିକ ଲୋକ ପିତାମାତାଙ୍କୁ

କରେ ସିନା ଅନାଦର, 

ଧରଣୀ ସୁପୁତ୍ରୀ ପ୍ରକୃତି କିନ୍ତୁ

ଦେଖାଏ ତା’ ଚମତ୍କାର ॥


ପ୍ରକୃତି ରହସ୍ୟ କିଏ ଅବା ଜାଣେ, 

କେବେ ରାଗ, କେବେ ଶାନ୍ତ! 

ଦେଖାଇ ନିଜର ଅଦ୍ଭୁତ କୌଶଳ 

ମନୁଷ୍ୟକୁ କରେ କ୍ଲାନ୍ତ॥


କାନ ଦିଅ ହେ ଆଧୁନିକ ଯୁଗ, 

ପ୍ରକୃତିଠୁ କିଛି ଶିଖ, 

ମମତାମୟୀ ଯେ ପ୍ରକୃତି ଆମର, 

ତା ବାର୍ତ୍ତା ମନରେ ରଖ ॥


‘ପ୍ରକୃତି ବଞ୍ଚାଅ, ପ୍ରକୃତି ବଞ୍ଚାଅ’

ଲଗାଇ ଚାଲରେ ନାରା, 

ପ୍ରକୃତିର ସେହି ସୁନ୍ଦର ଛବିକୁ 

ସବୁଜ କର ଏ ଧରା ॥

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Ankita Mishra

ମାଆ

ମାଆ

1 min ପଢ଼ନ୍ତୁ

Similar oriya poem from Classics