ମାଆ
ମାଆ
ସବୁଠୁ ନିଜର ଅଟେ ମୋ’ ମାଆ
ବିପଦ ବେଳର ହୁଅଇ ସାହା ॥
ଦୁଃଖରେ ସୁଖରେ ସାଥିରେ ଥାଏ,
ସଦା ସତକଥା ମତେ ସେ କହେ॥
ଶୁଖିଗଲେ ମୋର ଛୋଟିଆ ମୁହଁ
ଆଖିରୁ ତାହାର ଝରଇ ଲୁହ ॥
ପୁନେଇଁ ପରବେ ଆମରି ଘର
ଲିପାପୋଛା କରେ ମାଆଟି ମୋର ॥
ରାତିରେ ଶୁଣାଏ ଗୀତ ଓ ଗଳ୍ପ
ଶୁଣୁଶୁଣୁ ଆସେ ନିଦ ଅଳପ ॥
ଅମୃତ ଅଟେ ମୋ’ ମା’ ହାତ ଖାଦ୍ୟ,
ଖାଦ୍ୟ ନୁହେଁ ସତେ ମହାପ୍ରସାଦ ॥
ସେହି ପ୍ରସାଦକୁ କଲେ ମୁଁ ପାନ
ଧନ୍ୟ ହୋଇଯିବ ଏହି ଜୀବନ ॥
ହୃଦୟରେ ତାର ସ୍ନେହ-ମମତା
ତା ଲାଗି ହେବି ମୁଁ ଜଗତଜିତା ॥
ସେବା ଶୁଶ୍ରୂଷା ସେ ନିଇତି କରେ
ଛନ୍ଦ, କପଟରୁ ବହୁତ ଦୂରେ ॥
ସବୁଠୁ ନିଜର ମାଆଟି ମୋର
ତା ଲାଗି ଯିବି ମୁଁ ସରଗ ପୁର ॥
ଜଗାକୁ ମୋର ଏତିକି ଗୁହାରି
ଭଲରେ ରଖ ତୁ ମାଆକୁ ମୋରି ॥
