STORYMIRROR

DR SAMIR RANJAN BEHERA

Abstract Classics Inspirational

4  

DR SAMIR RANJAN BEHERA

Abstract Classics Inspirational

ମା

ମା

1 min
225

     

ଦଶ ମାସ ତୁହି ଗର୍ଭ ରେ ଧରିଣ

    ଦେଲୁ ଆଲୋକର ସତ୍ତା

ପାଳନ କରିଣ ଦୁନିଆ ବୁକୁରେ

   ସାଜିଲୁ ପାଳନ କର୍ତ୍ତା l


ହାତ ଧରି ମା ଚାଲି ଶିଖେଇଲୁ

    ଅଳି ଅଝଟ ତୁ ସହିଲୁ

ନିଜ ଖୁସି ତୁହି ନିଜେ ବଳି ଦେଇ

    ଆମକୁ ହସାଉ ଥିଲୁ l


ମମତାମୟୀ ତୁ ସ୍ନେହ ପ୍ରଦାୟିନୀ

     ତୁଳନା ତ ତୋର ନାହିଁ

ସନ୍ତାନ ଆଖିରେ ଦୁନିଆ ଦେଖୁତୁ

    ସବୁ କିଛି ସେ ତୋ ପାଇଁ l


 ଅବାଟରେ କେବେ ଚାଲିଗଲେ ଆମେ

        ଉଗ୍ରରୂପ ତୁ ଦେଖାଉ

    ନିଜ ଜୀବନକୁ ବାଜି ଲଗେଇ ତୁ

        ସତ ପଥେ ଟାଣି ନେଉ l


  ଜୀବନ ଦୁଆରେ ପ୍ରଥମ ଶିକ୍ଷା ତ

       ତୋ ଠୁ ହୁଏ ଆରମ୍ଭ

 ମଣିଷ ଗଢୁ ତୁ ସଂସ୍କାର ବି ଦେଉ

     ନ ଥାଏ କିଛି ଅସମ୍ଭବ l


 ସନ୍ତାନ ମୁହଁ କୁ ଚାହିଁ ଦେଲେ ତୁହି

         ସବୁ ଦୁଃଖ ଭୁଲି ଯାଉ

 ପାଇବା ର କିଛି ଆଶା ତୁ ନରଖି

     ତୋ କର୍ତ୍ତବ୍ୟ କରିଥାଉ l


 ତୋ ପଣତ ଅଟେ ଶିରିକ୍ଷେତ୍ର ନେତ

         ଘଣ୍ଟ ଘୋଡାଇ ଥାଏ

  ତୋ କୋଳ ଅଟେ ରତ୍ନ ସିଂହାସନ

         ସୁରକ୍ଷା କବଚ ହୁଏ l

 

ପୁଅ ଝିଅ ତୋର ଯେତେ ବଡ ହେଲେ

       ତୋ ପାଖରେ କୁନି ସନ୍ତାନ

  ପଇସା ନଚାହିଁ ତୁ ପଚାରି ହେଉ ଯେ

          ଖାଇଛୁ କି ନାହିଁ ଧନ l


ଜୀବନ ବୁକୁରେ ଯେତେ ଝଡ ଆସୁ

     ସବୁକୁ ସାମ୍ନା ତୁ କରୁ

ସୁରକ୍ଷା ଦେଉ ତୁ ଶତ୍ରୁ ନାଶ କରୁ

     ସଂହାରିଣୀ ବେଶ ଧରୁ l


 ତୁହିଁ ଯେ ମମତା ତୁହିଁ ଯେ କ୍ଷମତା

         ତୁହିଁ ଅଟୁ ନିରାପତ୍ତା

 ଯୁଗେ ଯୁଗେ ତୋର ବନ୍ଦନା କରୁଛୁ

         ତୁ ଅଟୁ ସମର୍ପିତା l


   ସ୍ୱର୍ଗ ଠାରୁ ମା ବଡ ଅଟୁ ତୁହିଁ

        ତୁଳନା ନାହିଁ ଯେ ତୋର

   ଯୁଗେ ଯୁଗେ ତୁହି ଚିର ପୂଜନୀୟା

        ଘେନ କୋଟି ପ୍ରଣତି ମୋର ll


          

   

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract