ସତେ କି ମୋ ଜୀଵ ଯିବ ହେ ଜଗନ୍ନାଥ !
ସତେ କି ମୋ ଜୀଵ ଯିବ ହେ ଜଗନ୍ନାଥ !
ସତେ କି ମୋ ଜୀଵ ଯିବ ହେ ଜଗନ୍ନାଥ ! ....
- - - - - - - - - - - - - - - - - - - - - - - - -
ସତେ କି ମୋ ଜୀଵ ଯିବ ହେ ଜଗନ୍ନାଥ ,
ତୁମ ବୈକୁଣ୍ଠରେ ସ୍ଥାନ ଦେବ ହେ ଜଗତନାଥ ,
ଏ ଜନ୍ମ ମୃତ୍ୟୁବନ୍ଧନ ମୋ ଲିଭିଯିବ ହେ ପତିତ ନାଥ ,
କୋଟି କୋଟି ଜନ୍ମର ଏ ଚକ୍ରୁ ମୁକୁଳେଇବ ହେ ରଘୁନାଥ ।। - - - ୧
ତୁମେ ହେ ଶ୍ରୀ ଜଗନ୍ନାଥ ଚଢି ନନ୍ଦିଘୋଷ ରଥ ,
ବର୍ଷକୁ ଥରେ ଆସ ମନ୍ଦିରୁ ବାହାରି କୋଳେଇ ନେବାକୁ ଭକ୍ତ ,
ଗୁଣ୍ଡିଚାରାଣୀ ଙ୍କ ପରି ପରମ ଭକ୍ତ କଥା ରଖିବାକୁ କରିଛ ଯେ ସତ୍ୟ ,
ଭୁଲିବନି କେବେ ତାଙ୍କ ମନ୍ଦିର ସେ ଜନ୍ମବେଦୀ ଶ୍ରୀମନ୍ଦିରେ ହୋଇଲେ ବି ବିରାଜିତ ।। - - - ୨
ହେ ଦୁଖଃହାରୀ ଦୁଃଖ ବେଳେ ଆକୁଳେ ଡାକିଲେ ତୁମକୁ ,
ସେ ଦୁଃଖ ମୂଳରୁ ଏଡି ସୁଖର ପ୍ରମାଣ ଦିଅ ତାକୁ ,
ହେଲେ ମୁଁ କି ଏତେ ପାପୀ ମୋ ଦୁଃଖକଷ୍ଟ ଶୁଭୁନି ତୁମକୁ ,
ମୁଁ ଏକ ଦୀନଦୁଃଖି ଜଣାଇଲେ ଦୁଃଖ ନଶୁଣ କିମ୍ବା କୁହ ହେ ଶ୍ରୀହରି ଆମ୍ଭକୁ ।। - - - ୩
ଆହେ ପ୍ରଭୁ ଶଙ୍ଖ ଚକ୍ର ସାରଙ୍ଗ ଧର ,
ଏ କଷ୍ଟ ଦୁଃଖ ଆଉ ସହ୍ୟ ହେଉନି ଶରୀରେ ମୋର ,
ବାହୁଡେଇ ନିଅ ହେ ଶ୍ରୀ ହରି ପେଶୀ ସୁଦର୍ଶନ ତୁମର ,
ହେଲେ ଏତିକି ଅଳି ସଦା ତୁମ ନାମ ତୁଣ୍ଡେ ଥାଉ ମୋର ।। - - - ୪
