STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଗୋବିନ୍ଦ ସାରଥି

ଗୋବିନ୍ଦ ସାରଥି

1 min
185


ଭାଇ ବୋଲି ବନ୍ଧୁ ବୋଲ ସଂପଦ ର ସାଥୀ

ବିପଦ କାଳରେ କେହି ପାସେ ନଆସନ୍ତି

ହସେ ପଛରେ ଉତ୍ତାଳେ କରି ଅଟ୍ଟହାସ୍ୟ

ବିଷକୁମ୍ଭ ପୟୋଂ ମୁଖ ସେ ଉତ୍କଟ ବିଷ ।।


ସଂପଦ ବେଳରେ ସ୍ଵାର୍ଥୀ ମଇତ୍ର ବୋଲାଏ

ଅଗ୍ନି ରେ ଘୃତ ଢାଳଇ ବିପଦ‌ ବେଳରେ

ଗୋବିନ୍ଦ ଶରଣ ଗଲେ ସୁଖ ଦୁଃଖ ସଦା

ସହାୟ ହୋଇବେ ପ୍ରଭୁ ଜଗତ କରତା ।।


ବନ୍ଧୁ ମହାନ୍ତି,ସୁଦାମା ବଳରାମ ଦାଶ

ବିପଦେ ସଂପଦେ ମୁଖେ ଫୁଟାଇଛ ହସ

କେହି ନୁହଁଇ କାହିର ଗୋବିନ୍ଦ ଭରଷା

ଦୀନବନ୍ଧୁ ବନ୍ଧୁ ପଣେ ଦେଇଥାଏ ଆଶ୍ରା ।।


ଭାଇ ହେଉ ବନ୍ଧୁ ହେଉ ସଂପଦ ର ସାଥୀ

ବିପଦେ ଅର୍ଜୁନ ରଥେ(ଯଥା)ଗୋବିନ୍ଦ ସାରଥି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics