STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

କରୋନା ର ଦ୍ଵିତୀୟ ଲହରୀ

କରୋନା ର ଦ୍ଵିତୀୟ ଲହରୀ

1 min
153


କରୋନା ଯେ ପୁନଃ ଆସେ ରୂପ ଭୟଙ୍କର

ମହା ମାରି ମାଡି ଆସେ ପ୍ରଳୟ ପ୍ରକାର,

କରୋନା ଯେ ପୁନଃ ଆସେ ।।


ମନରେ ଅନେକ ଶଙ୍କା ଉଦ୍ରେକ ହୁଅଇ

ବିଗତ ଦିନର ଚିତ୍ର ଜଳ ଜଳ ହୋଇ

ସେ ଦୃଶ୍ୟ ନାଚିଯାଉଛି ଏବେ ଆଖି ଆଗେ 

କରୋନା ଯେ ପୁନଃ ଆସେ ।।


ପୁତ୍ର,ପତି ହରା କେତେ ବିଧୁରା ଜନନୀ

କେତେ ବଂଶ ନିପାତିଛି ମନରୁ ଲିଭିନି 

ଅଧୀର ମନ ବିଳାପେ ମଉନେ ବିରସେ

କରୋନା ଯେ ପୁନଃ ଆସେ ।।


ବେଳୁ ବେଳ ମାଡି ଚାଲେ ଖରତର ଗତି

ମାନୁ ନାହାନ୍ତି ମଣିଷ ଆସଇ ଦୁର୍ଗତି

ମହାମାରୀ ମାଡି ଚାଲେ ହସି ଅଟ୍ଟହାସ୍ୟେ

କରୋନା ଯେ ପୁନଃ ଆସେ ।।


ଅମାନିଆ ମଣିଷକୁ ଅବୋଧ ଶାସକ

କାହିଁ କହ ପରିତ୍ରାଣ ବେଳ ଦକ ଦକ

ବୀପରିତ ବୁଦ୍ଧି ଦିନ କଟାନ୍ତି ଆଳସ୍ୟେ

କରୋନା ଯେ ପୁନଃ ଆସେ ।।


ଅସାବଧାନତା ପାଇଁ ଗୋଡ଼ ଯାଏ ଖସି

ମୃତ୍ୟୁ ଦୋଳିଖେଳେ ନିତି ନୂଆ ରୂପେ ଆସି

ସାବଧାନ ନହୋଇଲେ ମରିବୁ ହତାସେ

କରୋନା ଯେ ପୁନଃ ଆସେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics