STORYMIRROR

Banalaxmi Mohanty

Classics

3  

Banalaxmi Mohanty

Classics

ପଣା ସଂକ୍ରାନ୍ତି

ପଣା ସଂକ୍ରାନ୍ତି

1 min
223

ପଣା ସଂକ୍ରାନ୍ତି ଆଜି ପଣାସଂକ୍ରାନ୍ତି

    ଓଡିଆଙ୍କ ନୂଆ ବରଷ

ଏହି ଦିନ ଠାରୁ ଆରମ୍ଭ ହୁଅଇ

   ଓଡିଆର ବାରମାସ।।


ବୈଶାଖ ଆଗମେ ଧରାରେ ଗ୍ରୀଷମ

   ଯେଣୁ ପ୍ରବେଶ ହୁଅଇ

ତୁଳସୀ ଉପରେ ଛତ୍ରଛାୟା ଟାଣି

   ପଣା ଭୋଗ ହୋଇଥାଇ।। 


ଵୈଶାଖ ମାସରେ ସୂର୍ଯ୍ୟଙ୍କ ପ୍ରକୋପ

   ଅତି ପ୍ରଖର ହୁଅଇ

ତୁଳସୀ ବୃକ୍ଷରେ ଜଳ ଘଡି ବାନ୍ଧି

   ବହୁ ପୂଣ୍ୟ ଅର୍ଜିଥାଇ।। 


ଛେନା,କ୍ଷୀର,ଦହି,ନଡିଆ,କଦଳୀ

    ସାଙ୍ଗକୁ ଯଅ ଛତୁଆ

ଗୁଡ, ଆମ୍ବ, ବେଲ ମିଶି ପଣା ହୁଏ

   ଲାଗେ ଭାରି ସୁଆଦିଆ।। 


ଗ୍ରୀଷ୍ମ କାଳରେ ଶୀତଳତା ଭରେ

   ସ୍ଵାସ୍ଥ୍ୟ ପାଇଁ ହିତ ଅତି

ସେପାଇଁ ପାଳୁଛୁ ହୋଇଣ ହରଷ

  ଏହି ପଣା ସଂକରାନ୍ତି।। 


ଦେବୀ ପୀଠ ହୁଏ ଉତ୍ସବ ମୁଖର

    ଘଣ୍ଟ ପାଟୁଆଙ୍କ ଭିଡ

ମାନସିକ କରି ଚାଲନ୍ତି ନିଆଁରେ

   ଦେଖିବାକୁ ଲୋକେ ଭିଡ।। 


 ଦୋକାନ ବଜାର ବସିଥାଏ ପୁଣି

   ଦେବୀଙ୍କ ପୀଠ ପାଶରେ

ପଣା ଭୋଗ ସବୁ ବଣ୍ଟା ଯାଇଥାଏ 

   ଭକ୍ତେ ପାଆନ୍ତି ଆଦରେ।। 


ଓଡିଆ ସଂସ୍କୃତି ପରମ୍ପରା ଆମ

   ଅଟଇ ପରା ବଢିଆ

ତେଣୁ ବାର ମାସେ ତେର ପରବକୁ

   ହରଷେ ପାଳେ ଓଡିଆ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics