STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

କୋଟି କୈବଲ୍ୟ ନାଥ ଶ୍ରୀ ଜଗନ୍ନାଥ 

କୋଟି କୈବଲ୍ୟ ନାଥ ଶ୍ରୀ ଜଗନ୍ନାଥ 

1 min
339



କୋଟି କୈବଲ୍ୟ ନାଥ ଶ୍ରୀ ଜଗନ୍ନଥ 
ଦାରୁବ୍ରହ୍ମ ରୂପେ ସ୍ୱୟଂ ବିରାଜିତ
ମହାପ୍ରଭୁ ଜଗନ୍ନାଥ 
ଅନ୍ନବ୍ରହ୍ମ ରୂପେ ପ୍ରଭୁଙ୍କ ପ୍ରସାଦ 
ମହାପ୍ରସାଦ ନାମିତ
ଅନ୍ନ ସହ ବ୍ରହ୍ମ ଶବ୍ଦର ସଂଯୋଗ
ବେଦାଦି ରେ ଆଲୋଚିତ 
ଶ୍ରୀମନ୍ଦିର ପରମ୍ପରାରେ କେବଳ 
ସହଜେ ପରିଲକ୍ଷିତ
ସେ ଅନ୍ନବ୍ରହ୍ମର କ୍ଷୁଦ୍ର କଣିକା ହିଁ 
ପ୍ରଭୁଙ୍କ ସାନ୍ନିଧ୍ୟ ଲାଭ
ମହାପ୍ରସାଦ ହିଁ କୈବଲ୍ୟ ମାନ୍ୟତା
ସର୍ବ ଶ୍ରେଷ୍ଠ ଭକ୍ତି ଭାବ

ନୈବେଦ୍ୟ ରୂପରେ ବ୍ୟବହୃତ ଅନ୍ନ
ଗୁଣ, କର୍ମ ଅନୁଯାୟୀ
ପ୍ରସାଦ,ମହାପ୍ରସାଦ ଓ କୈବଲ୍ୟ
ପୁଣି ନୈବେଦ୍ୟ ମଣୋହି 
ତ୍ରିପୁର ଭୈରବୀ ଯନ୍ତ୍ର ଓ ଶ୍ରୀଚକ୍ର
'ଶ୍ରୀଯନ୍ତ୍ର କାରିକା' ଧାରେ
ଚଣ୍ଡାଳରୁ ଦ୍ୱିଜ ରୂପାନ୍ତର ଆପେ
କ୍ରମେ ଯନ୍ତ୍ର ସଂସ୍ପର୍ଶରେ
ଯନ୍ତ୍ରର ଉପରେ ବଢ଼ା ଯାଏ ଅନ୍ନ
ଦ୍ୱାବିଂଶାକ୍ଷରୀ ମନ୍ତ୍ରରେ
ପାତାଳ ନୃସିଂହ ମନ୍ତ୍ରରେ ପ୍ରେକ୍ଷିତ
ବିଧି ବିଧାନ ଧାରାରେ
ଅଭିମନ୍ତ୍ରିତ ସେ ଅନ୍ନ ହିଁ କୈବଲ୍ୟ
ଜଳ ଅଭିସିଞ୍ଚନ ରେ
ଦ୍ଵୀ ବୀଜ ଦ୍ଵାରା ସେ ନିବେଦିତ ଅନ୍ନ
ପ୍ରାପ୍ତ କୈବଲ୍ୟ ଭାବରେ
କ୍ଳିଂ ବୀଜ ଦ୍ଵାରା ନିବେଦିତ ଅନ୍ନ
କୈବଲ୍ୟ ଭାବକୁ ପ୍ରାପ୍ତ
ଶ୍ରୀକ୍ଷେତ୍ରାଧିଶ୍ଵରୀ ବିମଳାଙ୍କୁ ଅର୍ପଣେ
କୌଳାନ୍ନ ଭାବେ ବ୍ରହ୍ମତ୍ୱ 

ସ୍ୱୟଂ ଶ୍ରୀପ୍ରଭୁଙ୍କ ଠାରୁ ବି ଅଧିକ
ତାଙ୍କ କୈବଲ୍ୟ ପ୍ରସାଦ
"ଜଗନ୍ନାଥ" ଶଦ୍ଦ ମଧ୍ୟେ "ନ୍ନ " ହିଁ ଅନ୍ନ
ଭିନ୍ନ ଏକ ମତବାଦ
କୋଟି କୈବଲ୍ୟ ନାଥ ଶ୍ରୀ ଜଗନ୍ନାଥଙ୍କ
କୈବଲ୍ୟ ମୁକ୍ତି କାରକ
ତନ ମନ ପ୍ରାଣ ଶୁଦ୍ଧ ଆଚରଣେ 
ଜୀବନ ଲଭୁ ସାର୍ଥକ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract