Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

3  

DILIP KUMAR SAHOO

Classics

ରଥ ଗଢା

ରଥ ଗଢା

5 mins
232



 

ଜୟଜୟ ଜଗନ୍ନାଥ ଜଗତନାଥ

ମହାପ୍ରଭୁ ମହାବାହୁ କଳା ସାଆନ୍ତ ।

ନୀଳମଣି ନୀଳଜହ୍ନ ନୀଳ ସୁନ୍ଦର

ନୀଳାଚଳେ ଲଗାଇଛ ଲିଳା ହୁନ୍ଦର।

ପତିତଙ୍କ ବନ୍ଧୁ ହେ ପତିତ ପାବନ

ପତିତ ଉଦ୍ଧାର ପାଇଁ ଉଡେ କେତନ ।

ପତିତ ମାନଙ୍କୁ ପ୍ରଭୁ ତାରିବା ପାଇଁ

ରଥଯାତ୍ରା ଦିବ୍ୟ ଲୀଳା କର ଗୋସାଇଁ ।

କି ସୁନ୍ଦର ତିନିରଥେ ଚତୁର୍ଦ୍ଧା ମୂର୍ତ୍ତି

ସ୍ବବିଗ୍ରହେ ଆସି ପ୍ରଭୁ ବିଜେ କରଟି ।

ଯାଅ ତୁମେ ବୁଲିବାକୁ ଗୁଣ୍ଡିଚାଘର

ଆଡ଼ପ ମଣ୍ଡପେ ଗୁପ୍ତ ରାହାସ କର ।

ପତିତ ଉଦ୍ଧାର ପାଇଁ ଏତେ ହୁନ୍ଦର

ଖାଲି ଖାଲି ଲାଗେ ଏଣେ ତୁମ ମନ୍ଦିର ।

ଶରଧାବାଲି ରେ ଭାବ ଭକତି ଢାଳି

ରଥ ଚାରିପାଖେ ନିତି ଭକ୍ତ ଗହଳି ।

ରଥ ପଥ ଜଗନ୍ନାଥ ଭାବ ସମୁଦ୍ର

ମାଟି ପାଣି ପବନ ତ ସବୁ ପବିତ୍ର ‌।

ବରଷକେ ଥରେ ଏହି ବିଚିତ୍ର ଲିଳା

ଦେଖି ଦୂର ହୁଏ ଜୀବନ ଜ୍ବଳା....

ତାଳଧ୍ଵଜ ରଥ ପୁଣି ଦେବଦଳନ

ନନ୍ଦିଘୋଷ ରଥେ ବିଜେ ଚକାନୟନ।

ପ୍ରତିବର୍ଷ ନୂଆ ରଥ ଅପୂର୍ବ ଶୋଭା

କାରୁକଳା ଚାରୁକଳା କି ମନ ଲୋଭା।

ରଥଗଢା ର ତ ସେହି ବିଧିବିଧାନ

ଅପୂର୍ବ ସେ ପରମ୍ପରା ପ୍ରଥା ପ୍ରାଚୀନ ।

ଧଉରା ଅସନ ଆଉ ଫାସି କାଠରେ

ମନ୍ଦିର ସଦୃଶ ରଥ ଗଢାଯାଏରେ ।

ଶ୍ରୀପଞ୍ଚମୀ ଦିନ କାଠ ପୁରୀ ଆସଇ

ରାମନବମୀରେ କାଠ ଚିରା ହୁଅଇ ।

ବଇଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା

ପବିତ୍ର ଦିନଟି ସେତ ଅକ୍ଷି ତୃତୀୟା ।

ରଥ କାମ ଅନୁକୂଳ ସେଦିନ ହୁଏ

ଉତ୍ସବ ମୂଖର ଦାଣ୍ଡ ଉଛୁଳୁଥାଏ ।

ରଥ ନିର୍ମାଣ ର ଇଷ୍ଟ ଚର୍ଚ୍ଚିକା ମାତା

ଶ୍ରୀ ନଅର ସମ୍ମୁଖରେ ସେ ବିରାଜିତା ।

ମାଆଙ୍କ ସେହି ଭବ୍ୟ ମନ୍ଦିର ଆଗରେ

ରଥ ତିଆରି କାମ ଆରମ୍ଭ ହୁଏରେ ।

ସେହିଠାରେ ମହାନନ୍ଦେ ହୁଏ ସମ୍ପର୍ଣ୍ଣ

ରଥ ଅନୁକୂଳ ବିଧି ବିଧାନ....

ପଣ୍ଡିତ ପୁରୋହିତ ମିଳିତ ହୋଇ

ଅନୁକୂଳ ବିଧିମତେ କରନ୍ତି ସେହି ।

ହୋମ ଯଜ୍ଞେ ରଥଖଳା ହୁଏ ଶୋଧନ 

ବେଦ ପାଠ ମନ୍ତ ପାଠ ଭକ୍ତି ଅର୍ପଣ ।

ସ୍ନାନ କରାଇ ତିନୋଟି ଧଉରା କାଠ

ଅନୁକୂଳ ପାଇଁ କରାଯାଏ ପ୍ରସ୍ତୁତ ।

ଅକ୍ଷି ତୃତୀୟା ରେ ହୁଏ ଆରମ୍ଭ ପୁଣି

ଚନ୍ଦନ ଯାତ ଉଛୁଳେ ନରେନ୍ଦ୍ର ପାଣି ।

ସରିଗଲାପରେ ନିତି ମଧ୍ୟାହ୍ନ ଧୂପ

ପ୍ରଭୁ ବାହାରନ୍ତି ଖେଳି ଚନ୍ଦନ ଚାପ ।

ମଣିବିମାନରେ ବିଜେ ଜଗତ ସାଇଁ

ପାଲିଙ୍କିରେ ରାମକୃଷ୍ଣ ଭାଇଙ୍କୁ ନେଇ ।

ରଥ ଅନୁକୂଳ ଆଜ୍ଞାମାଳ ଙ୍କୁ ଧରି

ଆଗେଆଗେ ପୂଜାପଣ୍ଡା ଚାଲନ୍ତି ଥିରି ।

ରଥଖଳାରେ ଆଜ୍ଞା ମାଳ ପହଞ୍ଚଇ

ରଥ ଙ୍କ ଅନୁକୂଳ ଆରମ୍ଭ ହୁଅଇ ।

ପୁରୋହିତମାନେ କରନ୍ତି ମନ୍ତ୍ର ପାଠ

ଶୋଧନ ହୁଏ ସେହି ତିନିରଥ କାଠ.।

କାଠ ଉପରେ ନୂଆ ଲୁଗା ଘୋଡାଯାଏ

ଆଜ୍ଞାମାଳ ତହିଁ ସ୍ଥାପନା ହୁଏ...

ତିନିରଥ ତିନି ବିଶ୍ବକର୍ମା ଆସନ୍ତି

ମଥାରେ ତାଙ୍କର ଶାଢ଼ୀ ବନ୍ଧାଯାଏଟି ।

ମହାପ୍ରଭୁଙ୍କ ନାମକୁ ମନରେ ଧ୍ୟାଇ

ବିଶ୍ବକର୍ମା ଅନୁକୂଳ କରନ୍ତି ଯାଇ ।

ସୁନା ଆଉ ରୁପା କୁରାଢୀ ର ପରସ

କାଠପରେ ଦେଇଥାନ୍ତି ହୋଇ ହରଷ ।

ତହୁଁ ଆରମ୍ଭ ହୁଏ ତିନି ରଥ କାମ

ବିଜେ କରନ୍ତି ଯହିଁ ସ୍ବୟଂ ଦାରୁବ୍ରହ୍ମ ‌।

ସାସ୍ତ୍ରିୟ ମତରେ ରଥ ହୁଏ ନିର୍ମାଣ

ପୋଥି ପୁରାଣ ରେ ଲେଖା ସେ ସୂତ୍ର ଜାଣ ।

ଶିଳ୍ପଶାସ୍ତ୍ର ମାନସାର,ଗୃହକଣ୍ଡିକା

ଅପରାଜିତା ପୁଷ୍ପଂରେ ସେ ସୂତ୍ର ଲେଖା ।

ବିଶ୍ୱକର୍ମୀୟ ରଥ ନିର୍ମାଣ ପଦ୍ଧତି

ଶୁଲ୍ୟସୂତ୍ର,ଶିଳ୍ପସାର ସଂଗ୍ରହ ପୋଥି।      

ଏହି ସବୁ ପୋଥି ପତ୍ରେ ଯା ଲେଖା ଅଛି 

ସେହି ମତେ ତିନିରଥ ଗଢା ହେଉଛି ।

ଶିଳ୍ପୀସେବକ ସେତ ନିମିତ୍ତ ଯେ ଜାଣ

ପ୍ରଭୁଙ୍କ ନିର୍ଦ୍ଦେଶ ସବୁ ତାଙ୍କ ଭିଆଣ। 


ରଥଖଳାରେ ନିଇତି ଲାଗଇ ମେଳା

ଅପୂର୍ବ ମହାପ୍ରଭୁ ତୁମ ଲିଳା ....

ଭାବ ଭକତିରେ ଶିଳ୍ପୀ ରଥ ଗଢନ୍ତି

ପ୍ରଥା ପରମ୍ପରା କୁ ସବୁ ଜଗିଥାନ୍ତି ।

ସାତଶହ ବୟାଳିଶ ଖଣ୍ଡ କାଠରେ

ଗଢା ହୋଇଥାଏ ନନ୍ଦିଘୋଷ ରଥରେ ।

ସେତ ପଇଁଚାଳିଶ ଫୁଟ ଛଅ ଇଞ୍ଚ

ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଉଚ୍ଚ ।

ପ୍ରଭୁ ବଳଭଦ୍ର ଙ୍କ ତାଳଧ୍ଵଜ ରଥ

ଲାଗେ ସାତଶ ଏକତ୍ରିଶ ଖଣ୍ଡ କାଠ ।

ପଇଁଚାଳିଶ ଫୁଟ ସେହି ରଥ ଉଚ୍ଚତା

ଲକ୍ଷ୍ମୀ ନୃସିଂହ ରଥ ଧ୍ଵଜ ଦେବତା ।

ସୁଭଦ୍ରା ମାତାଙ୍କ ରଥ ଦେବଦଳନ

ସାତଶ ଏଗାର ଖଣ୍ଡ କାଠେ ନିର୍ମାଣ ।

ଚଉରାଳିଶ ଫୁଟ ଆଉ ଛଅ ଇଞ୍ଚ 

ଅଟଇ ମାଆଙ୍କ ସେହି ରଥର ଉଚ୍ଚ ।

ମୁଖ୍ୟ ବିଶ୍ବକର୍ମା ସେତ ଶିଳ୍ପୀ ପ୍ରଧାନ

ତାଙ୍କ ନିର୍ଦ୍ଦେଶରେ ରଥ ହୁଏ ନିର୍ମାଣ ।

ସେବକ ଅନେକ ସେ ଶିଳ୍ପୀ କାରିଗର

ରଥ ଗଢା ପରମ୍ପରା ତାଙ୍କର ...

କରତି ଚିରନ୍ତି କାଠ ଭୋଇ ବୁହନ୍ତି

ମହାରଣାମାନେ ମିଶି ରଥ ଗଢନ୍ତି ।

ମୂର୍ତ୍ତିମାନ ଗଢିନ୍ତି ଯେ ସେ ରୁପକାର

ଲୁହା କଣ୍ଟା ଯୋଗାଇ ଥାନ୍ତି ଲୌହକାର।

ଚିତ୍ରକର ରଥକୁତ ଥାନ୍ତି ରଙ୍ଗେଇ

ଦରଜି ରଥ ବସ୍ତ୍ର କରନ୍ତି ସିଲାଇ । 


ଅପରାଜିତା ପୁଷ୍ପଂରେ ଅଛି ବର୍ଣ୍ଣିତ

ଚୌତିରିଶିଟି ବିଭାଗ ରଥେ ଅଛିତ ।

ଅଖ ଚକ ବାଙ୍କି ଜାଲି ଦାଣ୍ଡିଆ ଅର

ହଂସପଟା ବସନ୍ତ କଣି ଶଂଖଦ୍ବାର ।

ଗାଙ୍ଗପଟା, ସିଂହାସନ,ମକରଦଣ୍ଡା

କନକ ମୁଣ୍ଡାଇ, ଭୂମି,ଦୁଆର ଘୋଡ଼ା ।

ଷୋଳନାହାକା,ଚାଷୀପଟା,କୁମ୍ଭପଟି

 ଓଲଟଶୁଆ,ଖପୂରୀ, ଦଧିନଉତି ।

ପାରାଭାଡ଼ି,ଦଣ୍ଡ।,ବାଙ୍କି,ସାରଥୀ ପୀଢ଼

ଆଠ ନାହାକା,କଣ୍ଡି,ପାଦ , ଚକ୍ର,ଦଣ୍ଡ ।

କଳସ, ପୀଢ,କଣି,ପୁଣି ଯେ କେତନ

ଋଷିପଟା ନୃତ୍ୟରତା ସେ ଶଖିଗଣ ।

ନୀତି ନିୟମ କୁ ସବୁ ଦେଇତ ଧ୍ୟାନ

ଯତନରେ ସବୁ ହୁଏ ନିର୍ମାଣ ....

ନୃସିଂହ ଚତୁର୍ଦ୍ଦଶୀ ପଡ଼ଇ ଯେଦିନ

ରଥ ଗୁଜ ଅନୁକୂଳ ହୁଏ ସେଦିନ।

ଶ୍ରୀକ୍ଷେତ୍ରେ ଭଇଁରୀ ଦିନ ଅଖରେ ଚକ

ଖଞ୍ଜା କାମ ଆରମ୍ଭ ଯେ ଭକତେ ଦେଖ।


ଷୋଳଚକ ଖଞ୍ଜା ହୁଏ ନନ୍ଦିଘୋଷରେ

ମହାପ୍ରଭୁ ଜଗନ୍ନାଥ ବିଜେ ଯହିଁରେ ।

ତାଳଧ୍ଵଜେ ଚଉଦଟି ଚକ ଲାଗଇ

ବଳଭଦ୍ରଙ୍କର ରଥ ସେତ ଅଟଇ ।

ସୁଭଦ୍ରା ମାଆଙ୍କ ରଥ ଦେବଦଳନ 

ସେ ରଥର ଚକ ସ°ଖ୍ୟା ବାଆର ଜାଣ।

ରଥ ଶୀର୍ଷ ଦେଶେ ଶୋଭେ ଦଧିନଉତି

ଦଧିନଉତି ପରେ କଳସ ତିନୋଟି ।

ଦଧିନଉତି ର ପୁଣି ଦୁଇ ପାର୍ଶ୍ୱରେ

ଓଲଟଶୁଆ ଦୁଇଟି ଖଞ୍ଜା ଯାଏରେ ।

କଳସ ଉପରେ ଚକ୍ର ହୁଅଇ ଖଞ୍ଜା

ଫରଫର ଉଡେ ଯହିଁ ରଥର ଧ୍ବଜା ।

ତାଳଧ୍ଵଜ ରଥ ନେତ ନାମ ଉନ୍ନନୀ

ନନ୍ଦିଘୋଷ ରଥରେ ତ୍ରୀଲୋକ ମୋହିନୀ।

ଦେବଦଳନ ରଥ ଚକ୍ରପରେ ନେତ

ନାଦାମ୍ବୀକ ଅଟେ ତାର ନାମତ ....

ମନ୍ଦିର ମାନଙ୍କ ପରି ପ୍ରତି ରଥେଟି

ପାର୍ଶ୍ବ ଦେବାଦେବୀ ଙ୍କର ମୂର୍ତ୍ତି ରହେଟି ।

ନନ୍ଦିଘୋଷେ ନାରାୟଣ ମଧୂସୁଦନ

ନୃସିଂହ ହରିହର ଚିନ୍ତାମଣି କୃଷ୍ଣ ।

ରାବଣ ଛତ୍ର ପଞ୍ଚମୁଖୀ ହନୁମାନ

ଗୋବର୍ଦ୍ଧନଧାରୀ ରାମ ବିରାଜମାନ ‌।

ତାଳଧ୍ଵଜେ ମଧୁ କୈଟଭ କାର୍ତ୍ତିକେୟ

ପ୍ରଳମବରୀ ହଳଯୁଦ୍ଧା ମୃତ୍ୟୁଞ୍ଜୟ ।

ଗଣେଷ ଶେଷଦେବ ମୁକ୍ତେଶ୍ଵରଟି

ନଟମ୍ବର ଆଦି ରଥ ପାର୍ଶ୍ବେ ଅଛନ୍ତି ।

ଦେବଦଳନ ରଥ ପାର୍ଶ୍ଵେ ଥାନ୍ତି ରହି

ଚାମୁଣ୍ଡା ବନଦୁର୍ଗା ବିମଳା ବାରାହୀ ।

ହରଚଣ୍ଡୀ ଜୟଦୁର୍ଗା ସର୍ବମଙ୍ଗଳା

ଭୁବନେଶ୍ଵରୀ ଉଗ୍ରତାରା ଦେଖ ଲିଳା ।

ପ୍ରତି ରଥେ ଥାଏ ଯେଉଁ ଋଷି ପଟା ଟି

ୠଷି ମାନଙ୍କର ଚିତ୍ର ତହିଁ ଅଙ୍କାଟି ।

ବ୍ୟାସ ଶୁକ ପରାସର ରୁଦ୍ର ବଶିଷ୍ଠ

ଋଷିଙ୍କର ଚିତ୍ର ଅଙ୍କା ନନ୍ଦିଘୋଷେତ ।

ଆତ୍ରେୟ କାଶ୍ୟପ ଆଦି ତାଳଧ୍ଵଜ ରେ

ଭୃଗୁ ବଜ୍ର ଶୃଙ୍ଗି ୠଷି ଦେବୀ ରଥରେ ।

କାଠର ଦେହ ଉପରେ ବସ୍ତ୍ର ମଣ୍ଡଣୀ

ବସ୍ତ୍ର ର ରଙ୍ଗରୁ ରଥ ହୁଅଇ ଚିହ୍ନି ‌।

ନନ୍ଦିଘୋଷ ରଥ ବସ୍ତ୍ର ପୀତ ଲୋହିତ

ତାଳଧ୍ଵଜେ ନାଲି ନୀଳ ବସ୍ତ୍ର ମଣ୍ଡିତ ।

ଦେବଦଳନ ରଥରେ ଲୋହିତ କୃଷ୍ଣ

ରଙ୍ଗ ର ବସ୍ତ୍ର ସେତ ହୁଏ ମଣ୍ଡନ ।

ନନ୍ଦିଘୋଷ ର ସାରଥି ରଙ୍ଗଟି ପୀତ

ସାରଥିଙ୍କ ନାମ ସେତ ଅଟେ ଦାରୁକ ।

ଧଳାରଙ୍ଗ ଘୋଡ଼ା ତହିଁ ଖଞ୍ଜା ଚାରୋଟି

ଶଂଖ, ସ୍ୱେତ, ବଳାହକ ,ହରିଦ୍ୱାଶ ଟି ।

ମାତଳି ତାଳଧ୍ଵଜ ରଥର ସାରଥି

ନୀଳ ରଙ୍ଗ ସାରଥି ଙ୍କ ରୂପ ରଙ୍ଗ ଟି ।

ଚାରିଗୋଟି କଳା ଘୋଡ଼ା ଖଞ୍ଜା ସେ ରଥେ

ତୀବ୍ର, ଘୋର, ଦୀର୍ଘଶ୍ରମ, ସ୍ବର୍ଣ୍ଣନାଭ ଯେ ।

ଦେବଦଳନ ରଥ ସାରଥି ଅର୍ଜୁନ

ଅପରୂପ ବେଶଭୂଷା ରଙ୍ଗ ଟି କୃଷ୍ଣ ।

ରଥରେ ତ ଖଞ୍ଜା ନାଲି ଘୋଡ଼ା ଚାରିଟା

ରୋଚିକା, ମୋଚିକା, ଜିତା, ଅପରାଜିତା ।

ଏମିତି ଅପୂର୍ବ ରଙ୍ଗେ ରଥ ଗଢା ହୁଏ

ସାରା ବିଶ୍ଵ ଜନ ମନ ସେତ ମୋହିନିଏ ....

ରଥରେ ମହାପ୍ରଭୁଙ୍କ ବାମନ ରୂପ

ଦରଶନ କଲେ ମିଳେ ପୂଣ୍ୟ ଅମାପ ।

ପୁନର୍ଜନ୍ମ ହୁଏନାହିଁ ସାସ୍ତ୍ରେ ବର୍ଣ୍ଣନ

ପାପ ତାପ ଦୂର ହୁଏ ଜୀବନ ଧନ୍ୟ ।

ଅପୂର୍ବ ସେ ରୂପ କାନ୍ତି କଳା ବଦନ

ଯେତେ ଦେଖୁଥିଲେ ଜମା ପୂରେନି ମନ ।

ପତିତ ଉଦ୍ଧାର ପାଇଁ ସେ ଚକାଡୋଳା

ରଥେ ବସି ରଚିଥାନ୍ତି ଏ ଦିବ୍ୟ ଲିଳା ।

ଶଙ୍ଖ ଚୁଡ ନନ୍ଦିଘୋଷ ରଥ ଦଉଡି

ମହାନନ୍ଦେ ଭକ୍ତମାନେ ନିଅନ୍ତି ଭିଡି ।

ଦଉଡି ନାମ ବାସୁକି ,ତାଳଧ୍ଵଜେ ତ

ସ୍ବର୍ଣ୍ଣ ଚୁଡ ଦେବୀ ରଥ ଦଉଡି ସେତ ।

ଟାଣିଲେ ସେ ଦଉଡି ଦୁଃଖ ହୁଏ ଉଣା

ସେ ଲାଗି ପାଗଳ ପ୍ରାୟ ଭକତେ ବଣା ‌।

ହରିବୋଲ ହୁଳହୁଳି ଉଛୁଳି ପଡେ

ଘୋର ଘର୍ଘର ଶବ୍ଦେ ରଥ ଯେ ଗଡ଼େ ।

ଭାବ ସମୁଦ୍ର ରେ ଉଠେ ଭକତି ଢେଉ

ଭକତ ଭାବରେ ବନ୍ଧା ସେ ମହାବାହୁ ।

ଜୟଜୟ ଜଗନ୍ନାଥ ଜଗତ ସାଇଁ

ଦୋଷ ଥିଲେ କ୍ଷମା ଦେବ ଗୋସାଇଁ ...।


Rate this content
Log in

Similar oriya poem from Classics