ଭକ୍ତ ଓ ଭକ୍ତି
ଭକ୍ତ ଓ ଭକ୍ତି


ଭକ୍ତି ଉଦ୍ରେକ ହେଲେ ବ୍ୟକ୍ତି ଭକ୍ତ ହୋଇବ ଜାଣ
ନୋହିଲେ ଅଭକ୍ତ ବୋଲି ହେବରେ ସିଏ ପ୍ରମାଣ।
ଭକ୍ତି ବଳେ ଜିଣିଥାଇ ଭକ୍ତ ଅଥଳ ସାଗର
ଅନ୍ତକାଳେ ପଶେ ଯାଇ ସିଏ ଵିଷ୍ଣୁଙ୍କ ପଞ୍ଜର।
ଭକ୍ତ ପ୍ରହଲ୍କାଦ ହୋଇଥିଲା ଭକ୍ତ ଶ୍ରୀହରିଙ୍କର
ତାର ମାନ ରକ୍ଷା ଲାଗି ପ୍ରଭୁ ହେଲେ ଖମ୍ବରୁ ବାହାର।
ସୁଦାମା ପରି ଭକ୍ତଠାରୁ ଆନନ୍ଦେ ଖୁଦଭଜା ଖାଇ
ଆତ୍ମତୃପ୍ତି ଲଭିଥିଲେ ସେହି ବଂଶୀଧର କହ୍ନେଇ।
ପିଲାଦିନୁ ଶୁଣିଅଛି ଅନେକ ଭକ୍ତଙ୍କ ଆତ୍ମ ଜୀବନୀ
ସବୁ ରହିଅଛି ଇତିହାସେ ଲିପିବଦ୍ଧ ହୋଇ କାହାଣୀ।
ଭକ୍ତ ପାଇଁ ଲୋଡ଼ା ନାହିଁ ଧୂପ, ଦୀପ,ଫୁଲ କି ଚନ୍ଦନ
ଲୋଡ଼ାଖାଲି ହୃଦୟ ଖୋଲା ପୀରତି ରୂପକ ବନ୍ଧନ।
ଭକ୍ତି ଡୋରେ ବନ୍ଧାହୋଇ ସେହି ଜଗତ ଈଶ୍ୱର
ମର୍ତ୍ତ୍ୟକୁ ଓହ୍ଲାଇ ଆସନ୍ତି
କରିବାକୁ ଭକ୍ତଙ୍କୁ ଉଦ୍ଧାର।
ଆସ ଆସ ଭାଇ ଭଉଣୀ ସେହି ଶ୍ରୀହରିଙ୍କ ଭଜନରେ
ମାତିଯିବା ଆମେ ଆଜି ଏହି ବଡ଼ ଏକାଦଶୀ ତିଥିରେ।
ଅହୋରାତ୍ର ନାମଯଜ୍ଞ କରି ତୋଷିବା ଆମେରେ ଶ୍ରୀହରି
ଏ ଭବ ସାଗରୁ ସେହି ଏକା ଆମକୁ କରିବେରେ ପାରି।
ଭକ୍ତର ଭକ୍ତି ପାଶେ ବନ୍ଧା ପଡ଼ିଥାଆନ୍ତି ଜଗତ ନାଥ
ଲବଣି ଖାଆନ୍ତି ଯଶୋମତୀ ମାଆ ପାଶେ ପତାଇ ହାତ।
ସୁଦାମାର ଖୁଦଭଜା ଖାଇବାରେ ତାଙ୍କ ଆନନ୍ଦ ଦେଖି
ଜାଣିହୁଏ ସିଏ କେତେ ଭକତ ବତ୍ସଳ ସତରେ ସଖି।
ସବରୀ କେଡେ ତପ କଲା ପ୍ରଭୁ ତାହାର ଅଇଁଠା ଖାଇ
ତୃପ୍ତ ହୋଇଲେ ସତେକି ଭକତ ବାନ୍ଧବ ହରି ଲୋ ସଇ।
ଭକ୍ତିରେ ଯାଚିଲେ ଅଇଁଠା ଖାଇଥାଏ ମୋ କାଳିଆ କାହ୍ନୁ
ଏକଥା ଜାଣିଲି ଯେଉଁଦିନୁ ଭକ୍ତିିରେ ପୂଜୁଅଛି ସେଦିନୁ।