STORYMIRROR

Jayashree Das

Abstract Classics

4  

Jayashree Das

Abstract Classics

ଭଗ୍ନ କୋଣାର୍କ

ଭଗ୍ନ କୋଣାର୍କ

2 mins
303


ପଦ୍ମକ୍ଷେତ୍ର ପଦ୍ମଗଣ୍ଡେ,

       ପଦ୍ମପ୍ରିୟ ମିହିର

ଅର୍କକ୍ଷେତ୍ରେ କୋଣରକେ,

     ଭବ୍ୟସୂର୍ଯ୍ୟମନ୍ଦିର


ଐତିହ୍ୟ ସମ୍ପର୍ଣ୍ଣ ଏହି,

      ଭାରତ ଭୁଇଁରେ

ସପ୍ତାଶ୍ଚର୍ଯ୍ୟ ମଧ୍ୟେ ଗଣା,

    କଳା ନୈପୁଣ୍ୟରେ


ଗଙ୍ଗବଂଶୀ ନରପତି,

    ନରସିଂହ ଦେବ

କସ୍ତୁରୀ ମାତା ଆଦେଶେ,

    ହୋଇଲେ ସଜାଗ


ସୂର୍ଯ୍ୟଉପାସନା ପାଇଁ,

    ପଦ୍ମତୋଳା ଗଣ୍ଡେ

 ମହୋଦଧି ପ୍ରାଚୀନଦୀ,

   ସଙ୍ଗମରେ ରୁଣ୍ଡେ


ବାରଶ ବଢ଼େଇ ନିହାଣ,

    ମୁଗୁର ଶବଦେ

ଭବ୍ୟ ମନ୍ଦିର ଠିଆ,

    ଚlରୁକଳା ଛନ୍ଦେ


ମନ୍ଦିରର ଗାତ୍ରେ ଗାତ୍ରେ,

    ଚାରୁ କୁଟୀକମ

ସପ୍ତ ଅଶ୍ୱ ରଥ ସହ,

    ଉଡିବାର ଭ୍ରମ


ପ୍ରାଚୀ କାନ୍ଥେ ଉଦେହେଲେ,

    ପ୍ରଭାତେ ତପନ

ଝଲମଲ କରିଥାଏ,

    ମନ୍ଦିର ପ୍ରାଙ୍ଗଣ


ପ୍ରଥମ କିରଣ ରେଣୁ,

    ଅଂଶୁମାନ ଙ୍କର

ପଡଇ ମନ୍ଦିର ମଧ୍ୟେ,

    ସତେ ବା ମୁକୁର


ସୂର୍ଯ୍ୟପୂଜା ଉପାସନା,

   ଶ୍ଳୋକ ମନ୍ତ୍ର ଧ୍ୱନୀ

ପବିତ୍ର ଧାମରେ ତପ,

   ଆଚରନ୍ତି ମୁନୀ


କୃଷ୍ଣ ପୁତ୍ର ଶାମ୍ବ ଦିନେ,

   ଏହି ଅର୍କ କ୍ଷେତ୍ରେ

ଆରୋଗ୍ୟ ଲଭିଲେ ପୂଜି,

   କୋଣରକେ ମିତ୍ରେ


ସୂର୍ଯ୍ୟଙ୍କର ଅତି ପ୍ରିୟ,

   କୋଣାରକ ମନ୍ଦିର

ଅନ୍ଧକାରେ କଥା କହେ,

   ଯେଉଁଠାରେ ପ୍ରସ୍ତର


ଭଗ୍ନ କୋଣାର୍କ ଦେଖି,

    ମନେପଡେ ଧରମା

ଶିଳ୍ପୀ କୂଳ ଗରବ ସେ,

    ନାହିଁ ତାର ଉପମା


ମାରିଥିଲା ମୁଣ୍ଡି ସିଏ,

    କୋଣାରକ ଦେଉଳେ

ହସି ହସି ଦେଲା ପ୍ରାଣ

   ବଞ୍ଚାଇଲା ଶିଳ୍ପୀ କୂଳେ


ଅଭିଶପ୍ତ ପାଲଟିଲା,

     ଭବ୍ୟ ସୂର୍ଯ୍ୟ ମନ୍ଦିର

ଅଳ୍ପlୟୂଷ ହେଲା ତାର,

    ଚାରୁକଳା ପଥର


କାଳର କରାଳ ଗର୍ଭେ,

   ବିଲୀନ ହୋଇଛି

ଭଗ୍ନ ମୁଖଶାଳା ଆଜି,

   କାହାଣୀ ଗାଉଛି


ଭଗ୍ନ କୋଣାର୍କ ସତେ,

    ତପସ୍ୟା କରୁଛି

କୃଷ୍ଣ ଶତଦଳ ଅବା,

    ମର୍ତ୍ତ୍ୟରେ ଫୁଟିଛି


ବର୍ଣ୍ଣlଢ୍ୟ ସୌନ୍ଦର୍ଯ୍ୟ ଦେଖି,

   ପୃଥିବୀ ବିଭୋର

ଅପୂର୍ବ କଳାର ରାଜ୍ୟ,

   ଓଡିଶା ଆମର


କିମ୍ବଦନ୍ତୀ କହେ ପରା,

     ଆଉ ଏକ କଥା

ଭଗ୍ନ କୋଣାର୍କର,

   ଗୋପନୀୟ ଗାଥା


ଶ୍ରୀମନ୍ଦିରେ ସିଂହଦ୍ୱାରେ,

   ରବି କାମଦେବ

ତର୍କ ବିତର୍କେ ଦୁହେଁ,

     ଦୁହିଁଙ୍କଠି ରାଗ


ମଦନ କହିଲେ ଭାଙ୍ଗି,

  ଦେବି ଟାଣପଣ

ଅବ୍ଜବନ୍ଧୁ ସେଥିପ୍ରତି,

   ଦେଲେ ନାହିଁ ଧ୍ୟାନ


ଏକଦିନେ ମୈତ୍ରୀବନେ,

    ମହୋଦଧି କୂଳେ

ଦେଖିଲେ ଅରୁଣ ଏକ,

   ସୁନ୍ଦରୀକୁ ଡୋଳେ


ଅପରୂପ ଲାବଣ୍ୟ ତା,

   ସୁକୋମଳ ତନୁ

ଲଳନା ରୂପେ ମୋହିତ,

    ହେଲେ ମିତ୍ରଭାନୁ


ଏ ସମୟେ କାମଦେବ,

     ଫୁଲଧନୁ ଧରି

ଆଦିତ୍ୟ ଦେବଙ୍କ ହୃଦେ,

   ଅନୁରାଗ ତୀର ମାରି


ବିରାଗ ଶରକୁ ଦେବ,

   ତରୁଣୀ ମନରେ

ଭେଦିଗଲା ପ୍ରୀତିଭାବ,

   ରବି ଅନ୍ତରରେ


ଛଦ୍ମବେଶେ ବିପ୍ର ରୂପେ,

    ଉଭା ଅଂଶୁମାନ

ଚନ୍ଦ୍ରଭାଗା ତୁଲେ କଲେ,

    ପ୍ରୀତି ନିବେଦନ


ତପନ ଦେଖି ରୁପସୀ,

   ଭୟାତୁର ହୋଇ

ଚଂଚଳାକ୍ଷୀ ସେ ଠାବରୁ,

   ଗଲାକ ପଳାଇ


ସାଗରଅପ୍ସରୀ କନ୍ୟା,

   ମାତାଙ୍କୁ ଅନାଇ

ବୋଲେ ମାତା ତୋ କୋଳରେ,

   ନେ ତୁ କୋଳେଇ


ଉଠିଲା ନୀଳସାଗରୁ,

    ଉତ୍ତାଳ ଲହରୀ

ମିଶିଗଲା ଚନ୍ଦ୍ରଭାଗା,

    ସାଗରେ ସୁନ୍ଦରୀ


ସମ୍ମୋହନ ତୁଟିଗଲା,

   ସହାଶ୍ରାଂଶୁ ମନୁ

ଦେଖିଲେ ପଶ୍ଚିମେ ଭାଙ୍ଗେ,

   କୋଣାର୍କର ତନୁ


ସୁମନ୍ୟୁ ଋଷିଙ୍କ ଅଭିଶାପେ,

     ମିଶେ ମାଟିରେ

ଜାଣିଥିଲେ ସବୁକଥା,

   ମୁନି ବସି ତପରେ


ଚନ୍ଦ୍ରଭାଗା ଥିଲା ତାଙ୍କ,

   ସୁନ୍ଦରୀ ଦୁହିତା

ବିଶ୍ବଚକ୍ଷୁ ପାପ ଆଶା,

   ଦେଲା ତାଙ୍କୁ ବ୍ୟଥା


ସେହିଦିନୁ ସୂର୍ଯ୍ୟପୂଜା,

   ସେ ଅର୍କ କ୍ଷେତ୍ରରେ

ଉପାସନା ହେଲାନାହିଁ,

   ଆଉ ଭବ୍ୟ ମନ୍ଦିରେ


ଭାଙ୍ଗିଗଲା ଅରୁଣଙ୍କ,

   ଗର୍ବ ସହ ମନ୍ଦିର

ମୂକସାକ୍ଷୀ ମୁଖଶାଳା,

   ପାଶେ ନାହିଁ ସାଗର


ମନୋହର ରୂପରାଶି,

   ତାର ଶୋଭା ମାଧୁରୀ

ଭଗ୍ନ କୋଣାର୍କ ଦେଖାଏ,

   ତାର କଳା ଚାତୁରୀ ।


Rate this content
Log in

Similar oriya poem from Abstract