STORYMIRROR

Lokanath Rath

Classics Inspirational Others

4  

Lokanath Rath

Classics Inspirational Others

ହଜି ଯାଆନ୍ତି କି ଅନନ୍ତ ଆକାଶେ

ହଜି ଯାଆନ୍ତି କି ଅନନ୍ତ ଆକାଶେ

2 mins
399

ଦେଖ ଏ ନୀଳ ଆକାଶ ଆଜି କି ଖେଳ ଖେଳେ 

ମିଟି ମିଟି ତାରାର ମାଳ ପିନ୍ଧି ତାର ଗଳେ 

ଜୋଛନା ର ପରସେ ମନେ ଭାବନା ଖେଳେ 

ତୁନି ତୁନି, ନାଚି ନାଚି, ହସି ହସି ସିଏ କହେ 

ଆଉ ଆଖିମିଟିକା ମାରି ଏହି ମନକୁ ମୋହେ 

ହାତ ଠାରି ତା ରାଇଜେ ସତେ ଆସିବାକୁ କହେ 

ଏହି ମନ ତାର ଅମାନିଆ ଭାବନା ରାଇଜେ ରହି 

କହେ, ହଜି ଯାଆନ୍ତି କି ଅନନ୍ତ ଆକାଶେ କାହିଁ ।


ରାତ୍ରିରେ ସତେ ଶୋଇଛି ସିଏ କଳା ଚାଦର ଢାଙ୍କି 

ଅନ୍ଧାରରେ ତା ଗଳାର ତାରା ମାଳ ମାରନ୍ତି ଉଙ୍କି 

କହିବାକୁ ଅଛି ସତେ କିଛି କଥା ଅବା ବାକି 

କିମ୍ବା ନାଚି ନାଚି ଖେଳରେ ସେ ସବୁ ଯାଇଛନ୍ତି ଥକି 

ଆଉ ଏହି ମୃଦୁ ମଳୟ ତାଙ୍କ ଦେହୁ ଝାଳ ଦେଉଛି ପୋଛି 

ଜହ୍ନ ଆଲୁଅ ଟା ଆଉ କିଛି କ୍ଷଣେ ଯିବ ତ ଲିଭି 

ଜୋଛନା ବି ତା ପାଦକୁ ଦେଉଛି ଚିପି 

ମନ କହେ, ହଜି ଯାଆନ୍ତି କି ଅନନ୍ତ ଆକାଶେ ଲୁଚି ଲୁଚି |


ଜହ୍ନ ଯେବେ ଲୁଚି ଗଲା, ରାତ୍ରୀ ବି ଚାଲି ଗଲା 

ତା ଗଳାର ତାରା ମାଳ ବି ଅଦୃଶ୍ୟ ହେଲା 

ନିଦ୍ରା ଭାଙ୍ଗି ଉଠି ସିଏ ମତେ କହିଲା 

ଏବେ ଦେଖ, ମୋ ବଗିଚାରେ ସୂର୍ଯ୍ୟ ଉଇଁଲା 

ରାତି ପାହି ଏବେ ନୂଆ ସକାଳ ହେଲା 

ମୋ ରାଇଜେ ପକ୍ଷୀଙ୍କ କୋଳାହଳ ଶୁଭିଲା 

ଅନ୍ଧାର ଚାଦର ହଟି ଏବେ ଆଲୋକ ଝଲସିଲା 

ତାକୁ ଶୁଣି ହଜି ଯାଆନ୍ତି କି ଅନନ୍ତ ଆକାଶେଏ ମନ କହିଲା ।


ସମୟ ବି ତା ସଙ୍ଗେ ବଡ଼ ଖେଳ ଖେଳିଲା 

ଧୀରେ ଧୀରେ ତା ଗତି କୁ ବି ବଢାଇ ଦେଲା 

ସେ ଗତିରେ ସତେ କି ଆକାଶ ରୋଷେ କୋପ କଲା 

ସେ କୋପରେ ଆକାଶୁ କି ତାପ ବରଷିଲା 

ସେ ତାପର ଚାପରେ ମନ ବଡ଼ କଷ୍ଟ ସହିଲା 

ଆକାଶକୁ ଚାହିଁ ବିକଳେ ସେ ପ୍ରଶ୍ନ କଲା 

କାହିଁକି ଏଡ଼େ ନିର୍ଦୟ ତୁମେ ହେଲ ଭଲା 

କାହିଁକି ହଜି ଯାଆନ୍ତି କି ଅନନ୍ତ ଆକାଶେ ଭାବିଲା ।


ଆକାଶ ବି ମନ କଥା ଶୁଣି ଟିକେ ନରମି ଗଲା 

କୋପ ଥାମି ଟିକେ ନରମେ ସିଏ କହିଲା 

ଦେଖ ମୋର କୋହ କଳା ବାଦଲ ହୋଇ ଭାସିଲା 

ମନ ତାକୁ ଶୁଣି ଟିକେ ନିରେଖି ଦେଖିଲା 

ଝିପି ଝିପି ବରଷାରେ ତେବେ ତାର ଓଠ ଭିଜିଲା 

ଆକାଶ ଆଖିରୁ ସତେ କେତେ ଲୁହ ବୋହିଗଲା 

ପୋଛିବାକୁ ଲୁହ,ହଜି ଯାଆନ୍ତି କି ଅନନ୍ତ ଆକାଶେ ଭାବିଲା ।


ଆକାଶକୁ ଚାହିଁ ପୁଣି ମନ ତ କହିଲା 

ବିଶାଳ ତୁମ ବକ୍ଷ, ଏବେ ସବୁ କିଛି ବୁଝି ହେଲା 

ଧରିଛ ସଭିଙ୍କୁ ଏକାଠି, କେମିତି ବର୍ଣ୍ଣିବି ଭଲା 

ଶବ୍ଦ ନାହିଁ ଭାବେ ଆଜି, ସତେ ସବୁ ସରିଗଲା 

ଅନନ୍ତ ତୁମ ରାଇଜ ମୋ ଭାବ ରାଇଜ ଠାରୁ ବଳିଗଲା 

ସେଥିପାଇଁ ବିଧାତା ତୁମକୁ ନୀଳ ରଙ୍ଗେ ରଙ୍ଗେଈ ଦେଲା 

ତା ମଧ୍ୟେ ସପ୍ତ ରଙ୍ଗେ ଇନ୍ଦ୍ରଧନୁ କୁ ସାଜିଲା 

ଭାବ କହେ, ହଜି ଯାଆନ୍ତି କି ଅନନ୍ତ ଆକାଶେ ଭଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics