STORYMIRROR

ଦୀପଙ୍କର ଦାସ

Abstract Classics Inspirational

4  

ଦୀପଙ୍କର ଦାସ

Abstract Classics Inspirational

ତୁମେ ବି ବଞ୍ଚିବା ଶିଖ ମାଆ

ତୁମେ ବି ବଞ୍ଚିବା ଶିଖ ମାଆ

2 mins
614

(ମୂଳ କବିତା (ହିନ୍ଦୀ)- ରାକେଶ ତିୱାରୀ)


ତୁମେ ବି ବଞ୍ଚିବା ଶିଖ ମାଆ

ସହର,ଗଳି ଆଉ ଗାଆଁରେ

ପିଲାବେଳରୁ ସବୁ କବିତାରେ

ତୁମକୁ ଈଶ୍ବରଙ୍କ ପଦ ଦିଆଗଲା

ଆଉ ସବୁ କାମ ପୁଣି ଦିଆଗଲା

ଯାହାକୁ ତୁମେ କରିଚାଲିଥିଲ

ଆଉ ହସ ଫୁଟାଇ ହସୁଥିଲ

କିନ୍ତୁ ଏବେ ପର୍ଯ୍ୟନ୍ତ ଯାହା ଲେଖା ନାହିଁ

ଆଉ କେବେ ହେଲେ କେହି କହି ନାହିଁ

ସେ କବିତା ଲେଖିବା ଶିଖ ମାଆ

ତୁମେ ବି ବଞ୍ଚିବା ଶିଖ ମାଆ ।

ଲେଖ କି କେହି ଲେଖକ

ତୁମ ମନ କେବେ ଭାବିନାହିଁ

ବାପା ସମସ୍ତଙ୍କୁ ପସନ୍ଦ ଥିଲେ

କିନ୍ତୁ କଣ ତୁମକୁ ବି

କେହି କେବେ ପଚାରି ନାହିଁ

ଲେଖ କି ସବୁ ଲେଖକ ତୁମର

ଇଚ୍ଛା ଆଉ ଆଶା କେବେ ଲେଖିନାହିଁ

ଶୁଣାଅ ଘର ଖର୍ଚ୍ଚ ଡାଇରୀ ରେ

ଚୁପ୍ ଚାପ୍ ଯେଉଁ ମିଠା ଗୀତ ଲେଖିଥିଲ

ନାଚି ଯାଅ ସେହି ଗୀତରେ

ଯେଉଁଥିରେ ତୁମେ ନାଚିବାକୁ ଚାହୁଁ ଥିଲ

ଗଙ୍ଗା ଘାଟ ନୁହଁ ତୁମେ କେମିତି

ଗୋଆ ଆଉ ନିଜ ଗାଆଁ ବୁଲିବାକୁ ଚାହୁଁଥିଲ

କୁହ ସମସ୍ତଙ୍କୁ କି କେତେ ଥର ଘଟିଛି

ନିଜେ ଖିରି ତିଆରି କରିଛ

କିନ୍ତୁ ତୁମ ଭାଗକୁ ସରିଛି

ସମୁଦ୍ର ର ଲହରି ତ ମୌସୁମୀ ବଦଳିଲେ ଶୁଖିଯିବନି

ଭୁଲକର ମାଆ

ତୁମ ଭୁଲରେ ଦୁନିଆ କେବେ ବି ଅଟକିବନି

ଘର ଆଉ ଅଗଣା ଛାଡ଼ି

କେବେ ବାହାର ଦୁନିଆ ଦେଖ ମାଆ

ତୁମର ବି ତ ଅଧିକାର ଅଛି ବଞ୍ଚିବାର

ତୁମେ ବି ବଞ୍ଚିବା ଶିଖ ମାଆ

ତୁମେ ମାଆ ତୁମେ ମୋର ସବୁ ଅଳି ମାନିଯିବ

କିନ୍ତୁ କେବେ ତ ବିରକ୍ତି ହେଉଥିବ

ମୁଁହ ଖୋଲି କେବେ କୁହ ମାଆ

ଏଥର ମୋତେ ଯନ୍ତ୍ରଣା ସହିବାକୁ ଦିଅ

ମୋର ସେବା କରିବା ଟିକେ ଛାଡ଼ି ଦିଅ

ନିଜକୁ ଦୋଷୀ କହିବାର ସବୁ କଥା ତୁମେ ଛାଡ଼ିଦିଅ

ଇଚ୍ଛା ଆଉ ଆଶା ଦୁଇଟି ଶବ୍ଦ ନୁହେଁ

ଦୁଇଟି ଅନୁଭବ ତାକୁ

ଅନୁଭବ କରିବା ଶିଖି ନିଅ

ଆଉ "ଯଦି"ନାମକ କବାଟ ରୁ

ବାହାରି ନିଶ୍ୱାସ ନେବା ଶିଖିନିଅ

ନିଜକୁ ଭୁଲିଯିବାର କଳା ଭୁଲିଯାଅ

ସେ କଳା ତୁମେ ଛାଡ଼ିଦିଅ ମାଆ

ଶିଖେଇଛ ତୁମେ ମୋତେ ବଞ୍ଚିବାକୁ

ଏବେ ତୁମେ ବି ବଞ୍ଚିବା ଶିଖ ମାଆ

ତୁମେ ବି ବଞ୍ଚିବା ଶିଖ ମାଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract