ହେବା ଆମେ ଏକ ଉଦାହରଣ
ହେବା ଆମେ ଏକ ଉଦାହରଣ
ହେ ମୋ ଦେଶର ଶିଶୁ ଗଣ,
ମାତୃଭୂମିର ମମତା ହୃଦୟେ ଜାଣ,
ଆମେ ଦେଶକୁ ଭଲ ପାଉଛେ,
ନିଶ୍ୱାସରେ ଅଛି, ବିଶ୍ୱାସରେ ମଧ୍ୟ ଅଛି,
ଏକତ୍ର ବଜ୍ର ଶପଥ ନେବା,
ଜୀବନ ଥିଲା ପର୍ଯ୍ୟନ୍ତ ଭଲ ପାଇବା ।
ଆସ ଆସ ପିଲାମାନେ
ହେବା ଆମେ ଏକ ଉଦାହରଣ,
ଏକ ମହାନ୍ ଚେତନାର
ନୂଆ ଚିନ୍ତନର,
ଆତ୍ମ ଶୈଳୀର
ସମାଜରେ ଏକ ନୂତନ ଦର୍ଶନର ।
ଆସ ଆସ ପିଲାମାନେ,
ହେବା ଆମେ ଏକ ଉଦାହରଣ,
ସତ୍ୟ ପଥରେ ଯାତ୍ରା କଷ୍ଟ ହେବ,
ବାଧା ବିଘ୍ନ ଆସୁ, ସତ୍ୟର ସାରଥୀ ହେବା,
ଜୀବନର ସଫଳତାରେ ପହଂଚିବା,
ସତ୍ୟ ଅହିଂସାର ହୋଇ ପୂଜକ
ଜାତି ପିତା ମହାତ୍ମା ପରି ରଖିବା ଟେକ ।
ଆସ ଆସ ପିଲାମାନେ,
ହେବା ଆମେ ଏକ ଉଦାହରଣ,
ମନ ଦେଇ ପଢିବା ପାଠ,
ବିଦ୍ୟାରେ ହୋଇବା ଶ୍ରେଷ୍ଠ!
ଥିଲେ ଥାଉ ପଛେ ଯେତେ ଦୂରେ,
ଦେଶର ଉନ୍ନତି ଚିନ୍ତା ରଖିବା ହୃଦୟରେ ।
ଆସ ଆସ ପିଲାମାନେ,
ହେବା ଆମେ ଏକ ଉଦାହରଣ,
ଆମର ପରମ୍ପରା ଓ ସଂସ୍କୃତି,
ବିଭିନ୍ନତା ମଧ୍ୟରେ ଅଛେ ଏକାଠି,
ଧର୍ମ ନିରପେକ୍ଷ ଆମ କେନ୍ଦ୍ରବିନ୍ଦୁ,
ସାମ୍ପ୍ରଦାୟିକତା ଆମର ଶତ୍ରୁ,
ଜାତୀୟତା ଭାବ ଭାବନା
ଭାଇଚାରା ସମ୍ବନ୍ଧର ଭାବନା,
ଆମ ସଂସ୍କୃତି ପରମ୍ପରା ଶିକ୍ଷା ଦିଏ,
ଏକତାର ଭାବନା ଆଣି ଦିଏ,
ଏକତାର ଅସ୍ମିତା ଦେଶରେ ହୋଇଛି ଠୁଳ,
ବିଭିନ୍ନତା ମଧ୍ୟରେ ଏକତା ଆମ ବଳ ।
ଆସ ଆସ ପିଲାମାନେ,
ଜୀବନ ପାହାଚକୁ ସୁନ୍ଦର କରିବା,
ପୃଥିବୀର ଉତ୍ତମ ତତ୍ତ୍ଵ ରୁ ଶିଖିବା,
ଜୀବନ ର ମୂଳ ମନ୍ତ୍ର ହେଉ ସେବା,
ପରୋପକାର କରି ଆନନ୍ଦ ନେବା,
ଅନ୍ୟର ଦୁଃଖର ଅଶ୍ରୁ ପୋଛିବା,
ହୁଦୟରେ ପ୍ରେମର ପ୍ରଦୀପ ଜାଳିବା ।
ଆସ ଆସ ପିଲାମାନେ,
ହେବା ଆମେ ଏକ ଉଦାହରଣ,
ଆମ ପରମ୍ପରା ଓ ସଂସ୍କୃତି
କରାଗ୍ରେ ମା ଲଷ୍ମୀ ବସନ୍ତି,
କର ମଧ୍ୟେ ସରସ୍ବତୀ ବସନ୍ତି,
ମାତା ଆମର ଚଳନ୍ତି ମୂର୍ତ୍ତି,
ଯତ୍ର ନାରୀଟିଏ ପୂଜା ପାଆନ୍ତି,
ଦେଵସ୍ଥଳ ବୋଲି ଆଖ୍ୟା ଦିଅନ୍ତି ।
ଆସ ଆସ ପିଲାମାନେ,
ହେବା ଆମେ ଏକ ଉଦାହରଣ,
ଉପଯୁକ୍ତ ସମ୍ନାନ ଦେବା ନାରୀକୁ
ଲୋପ କରିବା ନାରୀ ଅତ୍ୟାଚାରକୁ,
ପୁରୁଷକୈନ୍ଦ୍ରିକ ଚିନ୍ତାଧାରାକୁ,
ଦୃଢ଼ କରିବା ସମ୍ବିଧାନର ସାମାଜିକ ନ୍ୟାୟକୁ ।
ଆସ ଆସ ପିଲାମାନେ,
ହେବା ଆମେ ଏକ ଉଦାହରଣ,
ଦୁଃଖକୁ କେବେ ଡରିବା ନାହିଁ,
ସୁଖରେ ଗର୍ବ ତ କରିବା ନାହିଁ,
ହୋଇବା ନମ୍ର, ଏକ କର୍ମବୀର,
ହେବା ମଣିଷ, ସାକାରାତ୍ମକ ଚିନ୍ତନର
ସତ ପଥର ପଥିକ ହୋଇ ବଞ୍ଚିବା,
ଧର୍ମାନ୍ଧ ହୋଇ, ଅମଣିଷ ନହୋଇବା ।
ଆସ ଆସ ପିଲାମାନେ,
ହେବା ଆମେ ଏକ ଉଦାହରଣ,
କହିବା ନାହିଁ କେବେ ମିଥ୍ୟା କଥା,
ଶିଷ୍ଟାଚାର ନରଖି, ଅନ୍ୟକୁ ଦେବାନି ବ୍ୟଥା,
ଅନ୍ୟର ଉତ୍ତମ ବଚନ ଶୁଣିବା,
ଭୋଟ ପାଇଁ ଅନ୍ୟକୁ ହେୟ ନମଣିବା,
ପୁଂଜିପତି ପଇସା ମାୟାରେ ପଡି,
ଧରମ ପଥରୁ ଯିଵାନି ହୁଡ଼ି,
ନିଜେ ନିଜକୁ ବଡ଼, କରିବାନି ରଡ଼ି,
ମିଛ ପ୍ରତିଶ୍ରୁତି ଦେଇ ଦଵାନି ହୁଙ୍କାର ରଡ଼ି ।
