STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ବାକ୍ ସ୍ୱାଧୀନତା

ବାକ୍ ସ୍ୱାଧୀନତା

2 mins
220

ମଧ୍ୟଯୁଗୀୟ ବର୍ବରତା ଡେଇଁ ସହସ୍ରାବ୍ଦୀର 

ସୀମା ସରହଦ ବାନ୍ଧି ଦେଇଛି ଜଞ୍ଜୀର 

ପାଦରେ ସ୍ଵାଧୀନ ଚେତା ମଣିଷର 

ଶ୍ବାସରୁଦ୍ଧ ସେ ନୈତିକ ପ୍ରଦୂଷଣରେ

ବଡ଼ ଦୁର୍ବିସହ ସ୍ଥିତି ଜୀବନ ମରଣର 

କେମନ୍ତେ ସହିବି ଭଲା ରହି ନିରୁତ୍ତର ।


ହିତ ଚିନ୍ତି ଦେଶର ଜାତିର ମାଟିର ମଣିଷର 

ଅଗଣିତ ନରନାରୀଙ୍କ ମାନବିକ ଅଧିକାରର 

ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଯୁଗ ଯୁଗର 

ଅଖଣ୍ଡ ନୀରବତାକୁ ମୋର ଭାଙ୍ଗି ତୋଳିଲି ସ୍ବର 

ଅବା ଟିକେ ହାଲୁକା ଅନୁଭବ କରିବା ଆଶାରେ 

ମନର ଗହନ କଥାକୁ ବଖାଣିଲି ସର୍ବ ସମ୍ମୁଖରେ

ଭଦ୍ରମୁଖା ପିନ୍ଧା ସମାଜର ଠିକାଦାର ବଡପଣ୍ଡାଙ୍କ 

ପହରା ଦେଉଥିବା ଆଖି ସବୁର ପଇଁତରାରେ 

ଅଭିବ୍ୟକ୍ତିର ସ୍ବାଧୀନତା ଆଜି ଅପହୃତ ଭୂଲୁଣ୍ଠିତ

ମୋର ଏଇ ସାର୍ବଭୌମ ସ୍ଵାଧୀନ ଭାରତବର୍ଷରେ ।


ସ୍ବକୀୟ ଇଚ୍ଛାରେ ମୁଁ କାହାରି ସହିତ ପାରିବିନି 

ହୋଇ କଥାଭାଷା ବହୁ ଦୂର ତ ମିଳାମିଶା 

ପ୍ରତିବାଦ କରିବାକୁ ଶୋଭାଯାତ୍ରା ମୋ ପାଇଁ 

ସଂପୂର୍ଣ୍ଣ ବର୍ଜିତ କାହିଁକି ନା ମୁଁ କ୍ରୀତଦାସ 

କାଳେ ବିକି ଦେଇଛି ଆପଣାର ବୁଦ୍ଧି ବିବେକ 

ଅସ୍ତିତ୍ବ ଅସ୍ମିତା ଆଉ ବଳକା ଥିବା ଆୟୁଷ ।


ମୋତେ ବାଟ ଚାଲିବାକୁ ହେବ ଏଇ 

ପରାଙ୍ଗପୁଷ୍ଟ ଅମେରୁଦଣ୍ଡୀଙ୍କ ଇସାରାରେ 

ସମ୍ମତି ସୂଚାଇ "ହଁ" ଭରିବାକୁ ହେବ 

ଏମାନଙ୍କର ପ୍ରତିଟି କଥାରେ ମଥାପାତି 

ଅନ୍ଯାୟ ଅନୀତି ଦୁର୍ନୀତି ପ୍ରୀୟାପ୍ରୀତି

ଶୋଷଣ କଷଣ ଅତ୍ୟାଚାର ସବୁ କିଛି 

ସହି ଡରି ମରି ନିଶ୍ଚୁପ୍ ବଞ୍ଚିବାକୁ ହେବ 

ବର୍ବର ଅସଭ୍ୟ ବାହୁବଳୀଙ୍କ ଆତଙ୍କରେ ।


ନିଜ ପାଇଁ ସ୍ବର ଉତ୍ତୋଳନର ତ

ଏଠି ମିଳେ ଏମିତି ନିଆରା ପୁରସ୍କାର 

କେହି ତ ଜଣେ ଲଢୁଥିବ ଆନ ପାଇଁ 

ନିଷ୍ପେଷିତ ପୀଡିତ ଶୋଷିତଙ୍କ ପାଇଁ ।


ଗଣତନ୍ତ୍ରର ତଥାକଥିତ ଚତୁର୍ଥ ସ୍ତମ୍ଭ

ଅଭିବ୍ୟକ୍ତିର ସ୍ବାଧୀନତାକୁ ସୁରକ୍ଷା

ଦେଇ ଦେଇ ଏତେ ଥକି ପଡିଲାଣି 

ଯେ ଶାସନତନ୍ତ୍ରର ଗୋଡାଣିଆ ହୋଇ 

ବଚସ୍କର ସାଜିବାକୁ ବାଧ୍ଯ ହେଲାଣି

କେତେବେଳେ ଯେ ଘଟିବ କୋଉ ଅଘଟଣ 

ଜରୁରୀ ପରିସ୍ଥିତି ଏହି ଗଣତାନ୍ତ୍ରିକ ବ୍ୟବସ୍ଥାରେ 

ଆଗତ ଭବିଷ୍ଯତ ତ ଚିରକାଳ ଅଜ୍ଞାତ 

ଆପଣାର ସୁରକ୍ଷା ନଥିଲେ ଜନ ଗଣଙ୍କ 

ସ୍ବାର୍ଥର ସୁରକ୍ଷା କରିବେ ବା କିପରି

ଦେଖାଇ ଆପଣା ବାକ୍ ଚାତୁରୀ 

ରାମ ରାମ କହି ମାରୁଥିବେ ଛୁରୀ

ଉଜୁଡ଼ି ଯାଉ ଦେଶ, ଚୁଲିକୁ ଯାଉ ଜାତି 

କିନ୍ତୁ ସୁଦୃଢ଼ ଥାଉ ସଦା ନିଜର ଅର୍ଥନୀତି ।


ଗଭୀର ଜଳର ଅନ୍ଧ - ମୁକ - ବଧିର ରୋହିତ 

ସବୁ ଦେଖି - ଜାଣି - ଶୁଣି ମଧ୍ଯ ନଖୋଲିବେ ମୁଖ

ଏମାନେ ତ ମହାନୁଭବୀ ପୁରୁଖା ବ୍ଯାପାରୀ 

ଦିଆନିଆର ଖେଳରେ ପୋଖତ ଖେଳାଳି 

ନୀରିହ ନିଷ୍ପାପ ନିରପରାଧି ମଣିଷ ଯାହା

ଅକାରଣରେ ଏହାଙ୍କ ଖେଳରେ ପଡ଼ଇ ବଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract