STORYMIRROR

BISWESWAR MAJHI

Classics

3  

BISWESWAR MAJHI

Classics

ଜୟ ଗଣେଶ ଦେବ

ଜୟ ଗଣେଶ ଦେବ

1 min
84

ଅଗ୍ରପୂଜ୍ୟ ଗଣପତି ହେ

ଶ୍ରୀ ଗଣେଶ ଦେବା ଗଣେଶ 

ବିଘ୍ନ ବିନାଶନ ଦାତା ହେ।(ଘୋଷା)


ନମ ଗଣେଶ ନମ ବିଘ୍ନେଶ

  ବିଘ୍ନ ବିନାଶ କରତା ହେ।

ଆଶିଷ ଦିଅ ହେ ଗଜ ମୁହଁ

 ସକଳ ସିଦ୍ଧି ମୁଁ ଲଭେ ହେ।

ଶ୍ରୀ ଗଣେଶ ......


ପାର୍ବତୀ ପୁତ୍ର ଶଙ୍କର ସୁତ

 ମୂଷିକ ବାହନ ପ୍ରଭୁ ହେ।

ଏକଦନ୍ତ ହେ ମହା ଉଦର

କାର୍ତ୍ତିକେୟଢଙ୍କ ଭାଇ ହେ।

ଶ୍ରୀ ଗଣେଶ ......


ଯମ ହାରିଣ ମୂଷିକ ହେଲେ

 ହାତେ ଧରିଛ ଲଡୁ ହେ।

ରିଦ୍ଧି ସିଦ୍ଧିଙ୍କ ଭରତା ତୁମେ

ହାତୀ ମୁଣ୍ଡିଆ ପ୍ରଭୁ ହେ। 

ଶ୍ରୀ ଗଣେଶ .......


ମାତା ଆଜ୍ଞାରେ ଦ୍ୱାର ଜଗିଲ

   ଶିବଗଣ ଯୁଦ୍ଧେ ହାରି ହେ।

ଶିବ କ୍ରୋଧରେ ଶିର କାଟିଲେ

  ନ ଜାଣି ତାଙ୍କ ପୁତ୍ର ହେ।

ଶ୍ରୀ ଗଣେଶ .......


ଘଟ ରୂପରେ ଅଗ୍ର ପୂଜିତ

   ପାଶ ଅଙ୍କୁଶ ଧରି ହେ।

ମାତା ପିତାଙ୍କୁ ପ୍ରଦକ୍ଷିଣ କଲ

  ଭାଇ କାର୍ତ୍ତିକଙ୍କୁ ଜିତି ହେ ।

ଶ୍ରୀ ଗଣେଶ ......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics