STORYMIRROR

Mira Biswal

Classics

3  

Mira Biswal

Classics

ବର୍ଷା

ବର୍ଷା

1 min
334


ଆକାଶ ଛାତିରେ ଭାସି ବୁଲଇ

ବାଦଲରେ ନିଜ ରୂପ ସଜାଇ

ବିଜୁଳି ଆଲୋକେ ଝଲ୍ସି ଉଠଇ

ଶବ୍ଦ ରୋସଣୀ ଧାଇଁ ଆସଇ।


ତା ଆଗମନରେ ହସେ ପୃଥିବୀ 

ପ୍ରେମ ପରସରେ ଦିଏ ଭିଜେଇ 

ପ୍ରେମ ଭିଜା ସେଇ ମାଟିର ବାସ୍ନା 

ମହକାଇ ଦିଏ ସଭିଙ୍କ ଆତ୍ମା। 


ତରୁ ଲତା ପୁଣି ଉଠେ ପଲ୍ଲବି

ସବୁଜିମା ରେ ଏ ହସେ ଫୃଥିବି

ରାଗ ଅଭିମାନ କରେ ସେ ଯେବେ 

ଭସାଇ ନିଏ ତ ସଭିଙ୍କୁ ତେବେ। 


ତା ଆଗ ମନରେ ଚପଳା ମତି

ଖୁସିରେ ବିଭୋର ହୋଇ ଯାଆନ୍ତି

କାଗଜ ଡଙ୍ଗାକୁ କରି ଜତନେ

ପାଣିରେ ଭସାନ୍ତି କେତେ ଆନନ୍ଦେ। 


ଭିଜାବର୍ଷାର ସେ ପ୍ରେମ ପରସ 

ପ୍ରେମିକ ମନରେ ଭରେ ଆନନ୍ଦ 

ଆଜଣା ନିଆଁକୁ ଲଗାଏ ଦେହେ

ପ୍ରେମ ପ୍ରେମିକାର କଥାତ ଇଏ।


ସବୁଠୁ ସୁନ୍ଦର କବି କଳ୍ପନା 

ବର୍ଷାର କିଅବା ଦେବି ଉପମା

କବି କଳ୍ପନାରେ ସେ ରୂପବତୀ 

ଲୋଡା ନାହିଁ ତାକୁ ହୀରା କି ମୋତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics