ଲଣ୍ଠନ
ଲଣ୍ଠନ
ସାରା ଦୁନିଆଟା ଚକ୍ ମକ୍ କରେ
ବିଜୁଳି ର ଆଲୋକରେ
ସାରା ସହର ଟା ନିଜକୁ ସଜାଏ
ଆଲୋକ ର ରୋଷଣୀ ରେ ।।
ରାତି ସବୁ ଏଠି ଦିନ ପରି ଲାଗେ
ତଥାପି ଲାଗେନା ଭଲ
ମାନେ ପଡେ ସେଇ ପିଲା ବେଳ କଥା
ଅନ୍ଧାର ରାତିର ଡର । ।
ଅନ୍ଧାର ରାତିରେ ଆଇମା ପାଖେ
କୁହୁକ ପେଡିର ଗପ
ଲଣ୍ଠନ ର ସେଇ ଧିମା ଆଲୋକ ଟା
ମନେ ପଡେ ଆଜି ମୋର ।।
ପିଲା ବେଳର ସେ ସ୍ମୃତି ସବୁ ଆଜି
ପ୍ରତିଛବି ଆଙ୍କେ ମନେ
ଝଲସୁ ଥିବା ଏ ବିଜୁଳି ଆଲୋକେ
ହଜିଯାଏ ପିଲାଦିନ ।।
ଛାଇ ଆଲୁଅ ର ଅନ୍ଧାର ରାତି ଟା
କେତେ କଥା ଆଙ୍କେ ମନେ
ଅତୃପ୍ତ ଆତ୍ମାର ଅତୃପ୍ତ କାହାଣୀ
ଆଇ ମା ପାଖେ ଶୁଣେ ।।
ପିଲାବେଳ ର ସେ କଥା ସବୁ ଆଜି
ମନେ ପଡେ ଭାରି ମୋର
ଫେରିଆସନ୍ତା କି ପିଲାବେଳ ମୋର
ପୁଣି ସେ ପୁରୁଣା ଦିନ।।