STORYMIRROR

Mira Biswal

Abstract Romance

2  

Mira Biswal

Abstract Romance

ଜହ୍ନର ଠିକଣା

ଜହ୍ନର ଠିକଣା

1 min
220


 ଆକାଶ ଟା ସାରା ବାଦଲ ରେ ଭରା 

 ହସେ ପୁଣି କେତେ ତାରା 

 ତାରା ମେଳେ ପୁଣି ମୁରୁକି ହସୁଚି

 ଏଇ ସେହି ଜହ୍ନ ପରା।


ନିଜକୁ ସଜେଇ ଜୋସ୍ନା ରେ ଭିଜେଇ

ଲାଜେଇ ଦେଖୁଚି ତାକୁ 

ନୀଳ କଇଁ ର ସେ ଲାଜ ଭରା ଆଖି 

ପ୍ରେମ ପାଗେଳିନୀ ପରା।


ଆଜିବି ଖୋଜୁଛି ନୀଳକଇଁ ଏଠି 

ଜହ୍ନ ର ସେ ଠିକଣା କୁ

କେତେଟା ମୁହୂର୍ତ୍ତ ପ୍ରେମ ରେ ଭିଜି ସେ  

ଅପେକ୍ଷା କରିଛି ତାକୁ। 


ମାଟି ରୁ ଆକାଶ ଦୂରତା ତ ଏଠି 

ଦୁହିଁଙ୍କ ମଝିରେ ଅଛି 

ପ୍ରେମ ପରିଭାଷା ବୁଝାଇ ଦିଅନ୍ତି 

ଏତେ ଦୂରେ ଥାଇକିବି।!!!! 



ସତ ପ୍ରେମ ହେଲେ ଯେତେ ଦୂରେ ଥିଲେ

 ସନ୍ଦେହ ର ଜାଗା ନାଇଁ 

ନୀଳକଇଁ ଆଉ ଜହ୍ନ ର ପ୍ରେମ ତ 

ରହିଛି ଅମର ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract