STORYMIRROR

Mira Biswal

Classics

3  

Mira Biswal

Classics

ବିବାହ

ବିବାହ

1 min
219

ସମ୍ପର୍କର ସୁତା ଖିଅ 

        ଅତୁଟ ସେ ବନ୍ଧନ

ସ୍ନେହ ପ୍ରେମ ଭରା 

      ସେତ ନୂଆ ଏକ ଜୀବନ ।।


ହୋମନିଆଁ ମାଟି ବେଦୀ 

        ବ୍ରାହ୍ମଣର ମନ୍ତ୍ର ରେ 

ଦୁଇ ହାତ ବନ୍ଧା ହୁଏ 

      କୁଶର ସେ ଗଣ୍ଠିରେ ।।


ଅଗ୍ନି ବାୟୁ ପିତା ମାତା 

        ଦଶଦିଗ ପାଳଙ୍କୁ

ସାକ୍ଷୀ ରଖି ଦୁହେଁ ସାଥି 

        ଯୁଗ ଯୁଗ କାଳକୁ।।


ଅଲିଅଳି ଝିଅର ସେ ନୂଆ 

        ଗୋଟେ କାହାଣୀ 

ନୂଆ ପୁଣି ପରିଚୟ

       ଆଣିଦିଏ ତା ପାଇଁ ।।


ସୁଖ ମିଶା ଦୁଃଖ ର ସେ

         ନୂଆ ଏକ ଜୀବନ 

ନୂଆ ସାଥି ନୂଆ ସ୍ମୃତି

        ନୂଆ ସବୁ ତା ପାଇଁ ।।


ବାପା ମା ସ୍ନେହ ଭୁଲି 

       ଯାଏ ପର ଘରକୁ 

ସ୍ନେହେ ପ୍ରେମେ ବାନ୍ଧି ସେତ         

ହସାଏ ସେ ଘରକୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics