STORYMIRROR

Mira Biswal

Classics

3  

Mira Biswal

Classics

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

1 min
199


ପରୀ ରାଇଜର ପରୀ ଟିଏ ପୁଣି 

      ମର୍ତ୍ତ୍ୟ କୁ ଆସିଲା ଧାଇଁ 

ପ୍ରକୃତି ର ଏହି ଅପରୂପ ଶୋଭା 

        ଭୁଲି ସେତ ପାରେ ନାହିଁ ll 


ସବୁଦିନ ପାଇଁ ପରୀ ରାଇଜରୁ

       ମୁହଁ ତ ଫେରାଇନେଲା 

ମର୍ତ୍ତ୍ୟର ଏହି ଅପରୂପ ଶୋଭା 

      ବାନ୍ଧି ତାକୁ ରଖି ଦେଲା ll 


କେବେ ସେ ସାଜିଲା ଜାୟା,ଭଗିନୀ 

     କେବେ ପୁଣି ସାଜେ ମା 

କେବେ ପୁଣି ସେତ ଝିଅ ଟିଏ ହୋଇ 

    ସଭିଙ୍କୁ ହାସାଏ ଆହା ll 


ପରୀ ଟିଏ ଏଠି ଅସୁରକ୍ଷିତ 

      ମାନେ ତ ନିଜକୁ ଆଜି 

ମାତୃ ଗର୍ଭରୁ ସେ ଝିଅ ଟିଏ ବୋଲି 

      ଦୁନିଆକୁ ଦେଖେ ନାହିଁ ll 


ସଭିଙ୍କୁ ଦରକାର ମା, ଭଉଣୀ 

     ପ୍ରେମିକା ହଉ ବା ସ୍ତ୍ରୀ 

ଝିଅ ଟିଏ ହେଲେ ସଭିଙ୍କ ମୁହଁ ରୁ 

     ହସ ତ ଯାଏ ମଉଳି ll


ପରୀ ଭାବେ ଆଜି ଫେରିଯିବି ସେତ 

     ତାର ସେଇ ପରୀ ରାଇଜେ 

ଫେରି ଗଲା ପରେ ମଣିଷ ବୁଝିବ 

     ପରୀ ର ମହୋତ କେତେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics