ଶିକ୍ଷକ
ଶିକ୍ଷକ
ଅଜ୍ଞାନର ଘନ ଅନ୍ଧକାର ପଥ ଦୁରକରି
ଜ୍ଞାନର ଆଲୋକ ଦିଏ
ସମାଜ ମଧ୍ୟରେ ଶିକ୍ଷକର ପଦ
ପ୍ରାପ୍ତ ହୋଇଥାଏ ସିଏ
କୁମ୍ଭାର ସଦୃଶ ମାଟି ପିଣ୍ଡୁଳାକୁ
ଯତ୍ନେ ଯତ୍ନେ ପୁଟ ଦେଇ ।
ସୁନ୍ଦର ମୂର୍ତ୍ତି ଟି ଗଢିବାକୁ ସତେ
ପ୍ରୟାସ କରଇ ସିଏ ।
ହୁଅନ୍ତୁ ବା ମନ୍ତ୍ରୀ ହୁଅନ୍ତୁ ବା ଯନ୍ତ୍ରୀ
ହୁଅନ୍ତୁ ବା ରାଜ୍ୟପାଳ
ସେହି ପଦ ତାଙ୍କୁ ପ୍ରାପ୍ତ ଯେ ହୋଇଛି
ଶିକ୍ଷକ ଠୁ ପାଇ ବଳ ।
ଅଧୁନା ସମାଜେ ଶିକ୍ଷକଙ୍କ ଦୁଃଖ
କହିଲେ ତ ସରେ ନାହିଁ
ଭିନ୍ନ ପ୍ରକାରର ଶିକ୍ଷକ ଆଜ
ସମାଜରେ ଛନ୍ତି ରହି ।
ତଥାପି ସମାଜେ ଶିକ୍ଷକ ର ଶାନ୍ତି
କେହି ବି ପାଇବେ ନାହିଁ
ଶିକ୍ଷକ ର ମୂଳ୍ୟ ସେ ଏକା ବୁଝିବ
ହେବ ଯେ ଶିକ୍ଷକ ଭାଇ ।
