STORYMIRROR

Dilip Mishra

Classics Inspirational Others

2  

Dilip Mishra

Classics Inspirational Others

ନାଗରିକ

ନାଗରିକ

1 min
101

ନାଗରିକ ବୋଲି ତାକୁ ଭାବିବାନୀ 

  ରହଇଯିଏ ନଗରରେ 

ନଗରରେ ରହି ଅଧିକାର ଲୋଡି 

  କର୍ତ୍ତବ୍ୟ ଯଦି ନ କରେ ।


ଜନ୍ମ ହେଲେ ପରା ସରକାର କହେ 

   ଆମେ ହେଲେ ନାଗରିକ 

ସରକାରୀ ପୋଥି ପତ୍ର ଦୁରକରି 

   ମାନବିକତା କୁ ଦେଖ ।

 


ମାନବ ସମାଜେ ଜନ୍ମ ହୋଇଯଦି 

   କର୍ତ୍ତବ୍ୟ ନକଲା ଯିଏ 

ନାଗରିକ ବୋଲି ଆଖ୍ୟା ପାଇ ମଧ୍ୟ 

   ନାଗରିକ ନୁହେଁ ସିଏ ।



ଦେଶର ଶାସନ ଦେଶର ଶାସକ 

   କର୍ତ୍ତବ୍ୟ ଓ ଅଧିକାର 

ସମଭାବରେ ସମଭାବ ପୋଷେ 

   ନଗର ର ଜନଙ୍କର ।



ନାଗରିକ ବୋଲି ଗର୍ବ କରେ ନର 

   ପାଳି କର୍ତ୍ତବ୍ୟଧିକାର 

ନାଗରିକ ବୋଲି ସାମ୍ନାନିତ ହେବ 

   ପାଇବ ମଧ୍ୟ ଆଦର ।


  


Rate this content
Log in

Similar oriya poem from Classics