STORYMIRROR

Dilip Mishra

Inspirational

3  

Dilip Mishra

Inspirational

ବୃଦ୍ଧ

ବୃଦ୍ଧ

1 min
274

ଜୀବନ ପଥରେ ଚତୁର୍ଥ ପାହାଚ 

  ବୃଦ୍ଧାବସ୍ଥା ଯେ ଅଟଇ 

ଜୀବନ କାଳର ଦୁଃଖ ଦାଦାନକ 

   ବୃଦ୍ଧ ବସ୍ତାରେ ଜଳଇ 


ଜୀବନ ଯୁଦ୍ଧରେ ପରାଜୟ ସ୍ୱାଦ 

  କେବେ ନ ଚାଖିଲା ଲୋକ 

ବୃଦ୍ଧାବସ୍ଥା ଦେଖି ବଞ୍ଚି ବଞ୍ଚି ମରେ 

  ସହିତ ଜଞ୍ଜାଳ ଦୁଃଖ 

 

ପିତା ମାତା ଯେବେ ଜ୍ୱବନ କୁ ତ୍ୟାଗି 

    ବୃଦ୍ଧାବସ୍ଥେ ପାଦଦ୍ୟନ୍ତି 

ସନ୍ତାନ ସନ୍ତତି ଅଧୁନା ସମାଜେ

   ଚିନ୍ତା ରୋଗଗ୍ରସ୍ଥ ହ୍ୱନ୍ତି 


ସତେ କି ସମାଜ ଅଲୋଡ଼ା ପଦାର୍ଥ 

   ବୃଦ୍ଧବ୍ୟସ୍ତେ ଯେ ଅଟଇ 

ଲୋଡି ଲୋଡି ସଦା ସବୁ ରଖିଥାଏ 

   ବୃଦ୍ଧା କାଳ ସୁଖ ପାଇଁ 


 ବୃଦ୍ଧା କାଳ ଶୁଖ ନିମିତ୍ତ ସମ୍ପତ୍ତି 

   ସଞ୍ଚୟ କରିଛି ଯାହା 

ପୁତ୍ର ସନ୍ତାନ ଯେ ସମ୍ପତ୍ତିଧିକାରେ 

  ବୃଦ୍ଧ କାଳେ ନୋହି ସାହା 


ମାନବିକତାର ପ୍ରକାର ଗୁଣ ଯେ 

  ବୃଦ୍ଧକୁ ହେବ ସହାୟ 

ବୃଦ୍ଧ ବୃଦ୍ଧାକୁ ଯେ କରଇ ସାହାଯ୍ୟ 

  ସାହା ତାକୁ ଦୟାମୟ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dilip Mishra

Similar oriya poem from Inspirational