ତରୁଣ
ତରୁଣ


ଜନ୍ମିତ ମାନବ ଚତ୍ୱାରି ପାହାଚ
ତରୁଣ ଅଟଇ ଭିନ୍ନ
ସଦା ଆଗଭର ସମାଜ ମଙ୍ଗଳେ
ମନକୁ କରିପ୍ରସନ୍ନ ।
ତରୁଣ ଜାଗିଲେ ଜାଗଇ ଯେ ଦେଶ
ତରୁଣ ବିହୁନେ ଲୀନ
ମନ୍ତ୍ରୀ ଅବା ଯନ୍ତ୍ରୀ କୃଷକ ଶାସକ
ସର୍ବେ ହୁଅନ୍ତୁ ତରୁଣ ।
ନବୀନ ଯୁଗରେ ଗରିବୀରଘାତେ
ତରୁଣର ମନ କ୍ଷୁର୍ଣ୍ଣ
ତରୁଣର ମନ କ୍ଷୁର୍ଣ୍ଣ ହୋଇଲେ
ଦେଶ ଯେ ହେବ ନିଶ୍ଚିନ୍ନ ।
ତରୁଣ ବୟସେ ଅସୀମା ସାହସ
ବାନ୍ଧେ ଧୈର୍ଯ୍ୟ ବନ୍ଧ ବାନ୍ଧିଲେ ତରୁଣ
ଦେଶେ ଖେଳିବ ଆନନ୍ଦ ।
ନବୀନ ଯୁଗର ତରୁଣ ଜାଗାରେ
ତୁମେ ହିଁ ଦେଶର ମୂଳ
ତୁମ ବିନା ଦେଶ ଆଗେ ବଢିବନି
ଦେଶ ବାସୀ କଲବଳ ।