STORYMIRROR

Dilip Mishra

Classics Inspirational Others

3  

Dilip Mishra

Classics Inspirational Others

ନାରୀ

ନାରୀ

1 min
163

ଅରି ନାଶ କରି ଜଗତ ରେ ଶ୍ରେଷ୍ଠ 

   ବାସ୍ତବ ରେ ସେ ଯେ ନାରୀ 

ନାରୀ ଜନ୍ମ ତାର ସାର୍ଥକ ଆଟଇ 

  ଦୁଇ କୁଳ ହିତ କରି 

ଅଧୁନା ସମାଜେ ନାରୀ ଭୂମିକା 

  ସର୍ବତ୍ର ଆଟଇ ଶ୍ରେଷ୍ଠ 

ନାରୀ ବିନା ଆଜି ସମାଜ ମଧ୍ୟରେ 

  ପୁରଷ ଯେ ପଥ ଭ୍ରଷ୍ଟ 

ପୁରଷ କର୍ମ ର ପଛେ ରହିଥାଏ 

  ନାରୀ ର ଗୋଟିଏ ହାତ 

ନାରୀ ନଥିଲେ କି ପୁରୁଷ ସମାଜ 

   ଜଗତେ ହୁଅନ୍ତା ଜାତ 

କୁନ୍ତୀ କି ହୁଅନ୍ତୁ, ହୁଅନ୍ତୁ ଗାନ୍ଧାରୀ 

   ଧର୍ମ ଶାସ୍ତ୍ରେ ଲେଖା ଅଛି 

ନାରୀ କରିଯାଏ ଜଗତ ମଙ୍ଗଳ 

   ଉନ୍ନତି ର ପଥ ଇଛି 

ନାରୀ ର ସ୍ଥାନ ଜେ ଅଧୁନା ସମାଜେ 

   ନୁହେ ପରା ଘର କୋଣ 

ନାରୀ ଦ୍ୱାରା ଆଜି ସମାଜ ଉନ୍ନତି 

    ହେଉଅଛି ପୁଣପୁଣ 


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dilip Mishra

Similar oriya poem from Classics